୩ ମାସ ଦରମା ବନ୍ଦ ଯୋଗୁଁ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସିକୁରିଟି ଗାର୍ଡଙ୍କ ଧାରଣା ପ୍ରତିଶ୍ରୁତି ପରେ କାର୍ଯ୍ୟରେ ଯୋଗଦାନ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ କାମ ବନ୍ଦ କରି ଧାରଣାରେ ବସିଲେ ସିକୁରିଟି ଗାର୍ଡ। ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୮୨ ଜଣ ସିକୁରିଟି ଗାର୍ଡ କର୍ମଚାରୀ କାମକରନ୍ତି ସେଥି ମଧ୍ୟରୁ କିଛି କିନ୍ନର ମନେ ମଧ୍ୟ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଏହି ବୃତ୍ତି ଅପଣାଇଛନ୍ତି। କିନ୍ତୁ ବିଗତ ୩ ମାସ ହେବ ସିକୁରିଟି ଗାର୍ଡ କମ୍ପାନି ତରଫରୁ ଏମାନଙ୍କୁ କୌଣସି ଦରମା ନ ମିଳିବାରୁ ଏମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦରମା ପାଇଁ କମ୍ପାନୀକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆଜି ଧାରଣାରେ ବସିଛନ୍ତି ଏହି କର୍ମଚାରୀ। ପରେ ମୁଖ୍ୟ ଚିକିତ୍ସାଳୟର ଏଡିଏମ ସାର ସେଠାରେ ପହଞ୍ଚି ସାତ ଦିନ ଭିତରେ ଏହାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ସିକୁରିଟି ଗାର୍ଡ କର୍ମଚାରୀ ମାନେ ଧାରଣା ବନ୍ଦ କରିଥିଲେ। ୭ ଦିନ ଭିତରେ ଏହାର ସମାଧାନ ନ କରାଗଲେ ପୁଣି ଧାରଣାରେ ସିକୁରିଟି ଗାର୍ଡ କର୍ମଚାରୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.