ମାଲକାନଗିରି: କେନ୍ଦ୍ର ସରକାରଙ୍କ ସଦ୍ୟ ବଜେଟରେ କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିବା ଏବଂ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେଇଥିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ବିକ୍ରି କରିନପାରି ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, ଧାନ କିଣାରେ ନାହିଁ ଆନ୍ତରିକତା, କେନ୍ଦ୍ର ସରକାରଙ୍କ ଏମଏସପି ବୃଦ୍ଧି ଧୂଆଁ ବାଣ, ଚାଉଳ ଉଠାଣରେ କାଣ୍ଟ ଛାଣ୍ଟ ହେଉଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧ ରାଜ୍ୟ ବିଜେଡି ନେତୃବର୍ଗ ନିର୍ଦ୍ଦେଶରେ ଆଜି ସାରା ମାଲକାନଗିରି ଜିଲ୍ଲାର ପଞ୍ଚାୟତ, ବ୍ଲକ୍, ଜିଲ୍ଲାସ୍ତରୀୟ ବିଜୁ ଜନତା ଦଳ ପକ୍ଷ ବିକ୍ଷୋଭ ସହ ଧାରଣ ପ୍ରଦର୍ଶନ କରିଥିଲେ। ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା ଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ର ବିଜେଡି, ଯୁବ, ମହିଳା ବିଜେଡି କର୍ମୀ ମାନେ ଧାରଣାରେ ସାମିଲ ହୋଇଥିଲେ। ପରେ ଏକ ସ୍ମାରକ ପତ୍ର ମହାମାନ୍ୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତ।ଙ୍ଗୁଲ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା, ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ରବି ରାଜେଶ, ତାପସ ନାୟକ, ସୁନିଲ ସାହୁ, ପେଣ୍ଡରା ପଣ୍ଡା, ରାଜୁ , ରାହୁଲ ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post