ଚିତ୍ରକୋଣ୍ଡା, ୧୬/୦୨/୨୩: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ନାକମାମୁଡି ପଞ୍ଚାୟତ ଠାରେ ସିସିଏକ୍ସ ସହାୟତରେ ଚିତ୍ରକୋଣ୍ଡାରେ କାର୍ଯ୍ୟରତ ମୋଡ଼ ଅନୁଷ୍ଠାନ ସହଯୋଗରେ ମୋଡ଼ ଅନୁଷ୍ଠାନର ସମ୍ପାଦକ ଉମି ଜୟପାଲ ଏବଂ ଜେଏସଏସ ସମ୍ପାଦକ ଚୈତନ୍ୟ ଓଝାଙ୍କ ଆହ୍ୱାନ କ୍ରମେ ସିସିଏକ୍ସର ସିନିଅର ମ୍ୟାନେଜର ଅପୂର୍ଵ ଦାଶଙ୍କ ନେତୃତ୍ୱରେ କୋରୁକୋଣ୍ଡା ବିଡ଼ିଓ ବେଦଭ୍ୟାସ ଭୋଇ,ବ୍ଲକ ଅଧକ୍ଷ ଜିତୁ ବିରୁଡି, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ନାକମାମୁଡି ପଞ୍ଚାୟତର ସରପଞ୍ଚ ଲଷ୍ମୀ ମୁଦୁଲି, ସମିତି ସଭ୍ୟ, ବନପାଳ ମୋହନ ଗୁଡ଼ିଆ, ୱାର୍ଡ଼ ମେମ୍ବର ଓ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ଉପସ୍ଥିତିରେ ନାକମାମୁଡି ପଞ୍ଚାୟତର ମହିଳା ମାନଙ୍କୁ ଉର୍ନତ ମାନର ଚୁଲା ବଣ୍ଟନ କରାଯାଇଅଛି l ମହିଳା ମାନେ ରୋଷେଇରେ ଗ୍ୟାସ, ବିଦ୍ୟୁତ ଉପରେ ଭରଷା କରି ଅଧିକ ଖର୍ଚ୍ଚାନ୍ତ ହେଉଥିଲେ l କାଠ ଦ୍ଵାରା ରୋଷେଇ କରିବା ଦ୍ଵାରା ଜଙ୍ଗଲ କାଠକୁ ଜାଳେଣି ଭାବରେ ବ୍ୟବହାର କରିବା ଦ୍ଵାରା ଧିରେ ଧିରେ ଜଙ୍ଗଲ ମଧ୍ୟ ନଷ୍ଟ ହେଉଥିଲା l ଉକ୍ତ ଉର୍ନତ ମାନର ଚୁଲା ବ୍ୟବହାର ଦ୍ଵାରା କମ ଖର୍ଚ୍ଚ, କମ କାଠ ଖର୍ଚ୍ଚ ଏବଂ କମ କରିମାଣ ଜାଳେଣି କାଠରେ ସମସ୍ତ ଖାଦ୍ୟ ପଦାର୍ଥ ତିଆରି କରିହେବ l କମ ଧୂଆଁରେ ପରିବେଶ ମଧ୍ୟ ଦୂଷିତ ହେବ ନାହିଁ l ଏଭଳି ଉଦୀୟମାନ ଉର୍ନତ ମାନର ଚୁଲା ବ୍ୟବହାର କରି ମହିଳା ମାନେ କମ ସମୟରେ କମ ଖର୍ଚ୍ଚରେ ଉପକୃତ ହେବେ ବୋଲି ଆଶା କରାଯାଉଛି l ଆଗାମୀ ଦିନରେ ବିଭିନ୍ନ ବ୍ଲକ ବିଭିନ୍ନ ପଞ୍ଚାୟତ ଏଇ ଭଳି ଉର୍ନତ ମାନର ଚୁଲା ପ୍ରଦାନ କରାଯିବ ବୋଲି ମୋଡ଼ର ସମ୍ପାଦକ ଉମି ଜୟ ପାଲ ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.