ବଡଯାତ୍ରା ପାଇଁ ସିଂହାସନ ଯାତ୍ରା

କାଲିମେଳା ତା ୨୬ା୨: ମାଲକାନଗିରି ଜିଲ୍ଲା ପ୍ରସିଦ୍ଧ ଯାତ୍ରା ଶ୍ରୀ ଶ୍ରୀ ଶ୍ରୀ କାନାମରଜୁ, ବାଲରଜୁ, ପୋତରାଜୁ ଓ ମାଁ ମୁତ୍ୟୁଲଆମ୍ମା ଯାତ୍ରା ପାଇଁ ଗତକାଲି ଶନିବାର ମାଲକାନଗିରିରୁ ଆନ୍ଦ୍ରପ୍ରଦେଶର ପୋଲୁର ଅଭିମୂଖେ ପୂଜାରୀମାନେ ଯାତ୍ରା କରିଥୀଲେ । ପୂଜାରୀମାନେ ସିଂହାସନ ଧରି ବାଟସାରା ପୂଜାପାଇ ଯାଇ କାଲିମେଳା ପଞ୍ଚାୟତର ବଡୁଗୁଡା ଗାଁର ଠାକୁର ମନ୍ଦିର ଠାରେ ସିହାଁସନ ରଖି ବିଶ୍ରାମ ନେବା ପରେ ଆଜି ତଥା ରବିବାର ଭୋର ପାହାନ୍ତିଆରେ ଯାତ୍ରାରେ ବାହାରି ମାନ୍ୟମକୋଣ୍ଡା ଗାଁରୁ ଆଜି ତିନି ଠାକୁରଙ୍କୁ ନେଇ ଓଡଶା ପୋଲୁର ପୂଜାପାଠ ପରେ ରାତ୍ରୀ ବିଶ୍ରାମ ନେବା ପରେ ସୋମବାର ସକାଳେ ଡଙ୍ଗା ମାଧମରେ ପୋଲୁର ନଦୀ ଦେଇ ଆନ୍ଦ୍ର ଅଭିମୂଖେ ଯାତ୍ରା କରିବେ ତିନି ଠାକୁର । ଏହି ଯାତ୍ରାରେ ଠାକୁରମାନଙ୍କୁ ଆନ୍ଦ୍ରପ୍ରଦେଶର ପୋଲୁର ନିକଟସ୍ଥ ତାଡକାରେଉ ନଦୀରେ ସ୍ନାନ କରାଇ ପୂଜାପାଠ ଓ ଅନ୍ନ ଭୋଗ କରାଯିବା ପରେ ସିହାଁସନ ପୂନର୍ବାର ଆନ୍ଦ୍ର ପଟୁ ଓଡିଶା ଅଭିମୂଖେ ଡଙ୍ଗା ମାଧମରେ ନଦୀ ପାର ହୋଇ ସୋମବାର ଦିନ ବାହାରି ଓଡିଶାର ମାନ୍ୟମକୋଣ୍ଡା ଗ୍ରାମରେ ପହଞ୍ଚିବେ । ମଙ୍ଗଳବାର ମାଁ ମୂତ୍ୟୁଲଆାମ୍ମା ମନ୍ଦିରରେ ପୂଜାପାଠ କରାଯାଇ ଠାକୁରମାନେ ବୁଧବାର ସନ୍ଦ୍ୟାରେ କାଲିମେଳାରେ ପହଞ୍ଚିବେ । ଗୁରୁବାର ସକାଳେ କାଲିମେଳା ବଡପୋଖରୀରେ ପରିସରରେ ଥୀବା ଠାକୁରାଣୀ ମନ୍ଦିରରେ ପୂଜାପାଠ କରାଯିବା ସହ ସନ୍ଦ୍ୟାରେ ମାଲକାନଗିରି ଅଭିିମୂଖେ ଯାତ୍ରା କରିବେ ।

Leave A Reply

Your email address will not be published.