ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର, ୨୬/୦୨: ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ। ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା ”ଧରିତ୍ରୀ” ଓ ”ସମୟ” ଇତ୍ୟାଦି ସମ୍ବାଦପତ୍ରରେ ସେ ବହୁ ଦିନ ଧରି କାର୍ଯ୍ୟ କରିଥିଲେ। ତାଙ୍କର ମୃତ୍ୟୁର ସାମ୍ୱାଦିକତା ଜଗତରେ ଏକ ଅପୂରଣିୟ କ୍ଷତି ହୋଇଛି। ତାଙ୍କର ବିୟୋଗ ଖବର ଶୁଣି ଅନେକ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ୱାଦିକମାନେ ଶୋକ ପ୍ରକାଶ କରିଛନ୍ତି।
ନିଚ୍ଛକ ଓଡ଼ିଆ ସାମ୍ବାଦିକତା ଜଗତର ଜଣେ ନିରବଛୀର୍ଣ୍ଣ ନିରଳସ ସାଧକ ଥିଲେ ସେ l ୫୦ ବର୍ଷ ଧରି ସେ ଆମ ରାଜ୍ୟର ରାଜନୀତି, ଶାସନ ବ୍ୟବସ୍ଥା ସର୍ବୋପରି ରାଜଧାନୀ ଭୁବନେଶ୍ୱରକୁ ନିରେଖି ଦେଖୁଥଲେ l ସରଳ, ସୁନ୍ଦର ଓ ସାବଲୀଳ ଖବର ଲେଖିବାର ଓସ୍ତାଦ ଥିଲେ ସେ, ସବୁ ହଟ ଚମଟ, ଅସ୍ଥିରତା, ହୋ ହଲ୍ଲା ଭିତରେ ବତୀ ଖୁଣ୍ଟ ପରି ସେ ସ୍ଥିର ହୋଇ ସିନା ଥାଆନ୍ତି କିନ୍ତୁ ଦୂରଭାଷ ଯନ୍ତ୍ରରେ ଶବ୍ଦରେ ଶବ୍ଦରେ ସେ ତିଆରି କରନ୍ତି ତାର ଅବିକଳ ପ୍ରତିଛବି l ସିଧା ଅବିଶ୍ରାନ୍ତ ନିର୍ଭୁଲ ସ୍ପଷ୍ଟ ରିପୋର୍ଟ କହିବା ତଥା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ l ସରଳ ସ୍ଵଭାଵର ସେ ପରି ମଣିଷ କେବଳ ଥିଲେ ନିରୁତ୍ତା ସାମ୍ବାଦିକ l ଏ ବୃତ୍ତିରେ ବା ପେସାରେ ଥାଇ ତାଙ୍କୁ ଭୁଲିବା ଅସମ୍ଭବ l ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ l