ଏକ୍ସ ବୋର୍ଡ ସରକାରୀ ୟୁପି ସ୍କୁଲର ଶତ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି: ମାଲକାନଗିରି ମାଲକାନଗିରି ଜିଲ୍ଲା ସଦର ମହକୁମାର ସର୍ବ ପୁରାତନ ବିଦ୍ୟାଳୟ ଭାବରେ ପରିଚିତ ଏକ୍ସ୍ ବୋର୍ଡ ସରକାରୀ ୟୁପି ସ୍କୁଲର ଶତ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ, ସଂଖ୍ୟା ଲଘୁ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇଥିଲେ ଓ ସମ୍ମାନୀୟ ଅତିଥି ଭାବରେ ସାଂସଦ ରମେଶ ଚନ୍ଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ଜିଲ୍ଲା ପରିଷଦ ଅଧକ୍ଷା ସମାରି ଟାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ଉପସ୍ଥିତ ରହିଥିଲେ। ପୂର୍ବତନ ବିଧାୟକ ମାନସ ମାଡକାମି ଏହି ଉତ୍ସବର ସଭାପତିତ୍ବ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଶିକ୍ଷା ଅନୁଷ୍ଠାନରେ ଯେଉଁ ଛାତ୍ର ଛାତ୍ରୀ ମାନେ ପାଠ ପାଢ଼ୀ ଜିଲ୍ଲା, ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିଛନ୍ତି ସେଥିପାଇଁ ଏହି ଶିକ୍ଷା ଅନୁଷ୍ଠାନ ଓ ଆମ୍ଭେମାନେ ଗର୍ବ ଅନୁଭବ କରୁଛି। ଶିକ୍ଷା ମନୁଷ୍ୟର ମାନଦଣ୍ଡ ଅଟେ ତେଣୁ ଏହି ଶିକ୍ଷା ଅନୁଷ୍ଠାନର କାର୍ଯ୍ୟ ଅତୁଳନୀୟ ଏବଂ ସ୍ମରଣୀୟ ଅଟେ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶିକ୍ଷାକୁ ଆଉ ପାଦେ ଆଗକୁ ନେବା ପାଇଁ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ ତାହା ସହ ଆମ ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ ଆଗକୁ ନେଇଛନ୍ତି ଫଳରେ ଓଡିଶା ରାଜ୍ୟ ଶିକ୍ଷାର ବିକାସ ଦେଶରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସାରକା ମତବ୍ୟକ୍ତ କରିଥିଲେ । ସାଂସଦ ରମେଶ ଚନ୍ଦ୍ର ମାଝୀ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଏହି ଶିକ୍ଷା ଅନୁଷ୍ଠାନର ଭୂୟିଅସି ପ୍ରଶଂସା କରିବା ସହ ଶୁଭ କାମନା ଯୋଗାଇଥିଲେ। ଏହି ଶିକ୍ଷା ଅନୁଷ୍ଠାନର ଉନ୍ନତି ନିମନ୍ତେ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଯୋଗାଇ ଦେବା ନିମନ୍ତେ ଘୋଷଣା କରିଥିଲେ ଏହି ଅବସରରେ ପୁରାତନ ଛାତ୍ର କମିଟି ଉପଦେଷ୍ଟା ସିମାଞ୍ଚଳ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟିର ସମ୍ପାଦକ ଦୁର୍ଗା ପ୍ରସାଦ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ର କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଏହି ଅବସରରେ ଏହି ବିଦ୍ୟାଳୟର ଇତିହାସ ସଂପର୍କରେ ପୁଙ୍ଖାନୁପଙ୍ଖା ଭାବରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ମୁକା ମାଡକାମି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ, ଅବିଭାବକ ମାନେ ଉପସ୍ଥିତ ରହିବା ସାଙ୍ଗକୁ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର କମିଟି ସଭ୍ୟ ବାଲା ରାଜୁ ପାଢ଼ୀ ଧନ୍ୟ ବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.