ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି,୧।୩: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଦର ମହକୁମାର ସର୍କିଟ ହାଉସ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୫ ତାରିଖ ଦିନ ବିଜୁ ବାବୁଙ୍କ ୧୦୭ତମ ଜନ୍ମ ଦିବସକୁ ବିଜୁ ଜନତା ଦଳ ସେବା ଦିବସ ରୂପେ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆବାହନ ଦେଇଥିବା ବେଳେ ଏହାକୁ କିପରି ଜିଲ୍ଲାରେ ପୂର୍ଣ ସଫଳତାର ସହ ପାଳନ କରାଯିବ, ସେନେଇ ଏହି ବୈଠକରେ ଆଲୋଚନା କରଯାଇଥିଲା । ଆଜିର ଏହି ବୈଠକରେ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଅଧକ୍ଷତା କରିଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୂର୍ଗାପ୍ରସାଦ ତ୍ରିପାଠୀ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଦଳର ଜିଲ୍ଲା ଆଇନ ସମୁଖ୍ୟ ତଥା ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା, ଏସଡିସି ଚେୟାର ମ୍ୟାନ ଆଡମା ରାବା, ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ସାମାରି ତାଙ୍ଗୁଲ, ପୌର ଅଧକ୍ଷ୍ୟ ମନୋଜ କୁମାର ବାରିକ, ପ୍ରଭାକର ପ୍ରଧାନଙ୍କ ସହ ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାୟକ, ଲକ୍ଷ୍ମୀପ୍ରିୟା ନାୟକଙ୍କ ସହ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ଜୋନ ସଭାପତି, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା, ବ୍ଲକ ଅଧ୍ୟକ୍ଷା/ଉପ ଅଧ୍ୟକ୍ଷା, ସମସ୍ତ କାଉନସିଲର, ସମସ୍ତ ମହିଳା, ଯୁବ ଏବଂ ଛାତ୍ର କର୍ମକର୍ତ୍ତା ଏବଂ ନଗର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା, ସାଂସଦ ପ୍ରତିନିଧି ଗଣ, ବିଧାୟକ ପ୍ରତିନିଧି ଗଣ, ଜୋନାଲ ଓ ରାଜ୍ୟ କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ ଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.