କାଲିମେଳା ତା ୦୪/୦୩: ନାବାଳକ ପୁଅ ଘରର ଦୁଃଖ କଷ୍ଟ ଦୂର କରିବ ବୋଲି କମ୍ ବୟସରେ ପଥର ଖାଦାନରେ କାମ ଆରମ୍ଭ କଲା। ଘରର ଦୁଃଖ କଷ୍ଟ ଦୂର କଣ କରିବ ସାମାନ୍ୟ ଭୁଲ ଓ ଅସବାଧନତା ଯୋଗୁ ନିଜ ନିଜ ଗୋଡ ହରାଇଲା ୧୮ ବର୍ଷ ନ ପୁରୁଣୁ ଚଂଚକତା କରି ନବାଳକଙ୍କୁ କାମ କରାଉ ଥିଲା ଭିଜି ଗ୍ରାନାଇଟ୍ସ ନାମକ କମ୍ପାନୀ । ଆଉ ଦୁର୍ଘଟଣାକୁ ଲୋକଲଚନକୁ ନ ଆଣିବା ସହ ପ୍ରଶାସନିକ ଅଡୁଆକୁ ଏଡାଇବା ଲାଗି ନାନା ପ୍ରତିଶୃତିରେ ରାଜୀବ ଓ ତାଙ୍କ ପରିବାରକୁ ପୋତି ପକାଇ ଥିଲା କମ୍ପାନୀ କତୃପକ୍ଷ। ହେଲେ ସେ ସବୁ କିଛି ପ୍ରତିଶୃତିକୁ ଭୁଲି ଗଲା କମ୍ପାନୀ ଯାହା ଫଳରେ ଏବେ ନିଜ ଭାଗ୍ୟ କୁ ଆଦରି ରାଜୀବ ଏବେ ନିରୁପାୟ….. ଦେଖିବା କାଲିମେଳା ବ୍ଲକ ଏମ.ଭି. ୭୯ ଗ୍ରାମରୁ ଏହି ରିପୋର୍ଟ୍….
ମୋତେ ଗୋଡ ଖଣ୍ଡକ ଯୋଗାଇ ଦିଅ। ମୁଁ କଲେଜ ଯିବି। ପାଠ ପଢିବି। ପାଠ ପଢି ବଡ ମଣିଷ ହେବି। ସରକାରଙ୍କ ନିକଟରେ ଏମିତି ଆକୁଳ ନିବେଦନ କରୁଛି ନବାଳକ । ମାଲକାମଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମର ୧୭ ବର୍ଷର ନାବାଳକ ରାଜୀବ ବାଛାଡ। ଗତ ୨୦୨୧ରେ ସାବେରୀ ସରକାରୀ ବିଦ୍ଯାଳୟର ମାଟ୍ରିକ୍ ପରୀକ୍ଷା ଦେଇ ଉନ୍ନତି ହୋଇଥିଲେ। ଆଉ ପରିବାରର ଆର୍ଥୀକ ଅନାଟଣ ଯୋଗୁ ନିକଟରେ ଥିବା ପେଟା ପଥର ଖାଦାନରେ କାମ କରିବାକୁ ଯାଇଥିଲେ । ଭାବି ଥିଲେ କାମ ଧନ୍ଧା କରି କିଛି ଅର୍ଥ ସଞ୍ଚୟ କରି କଲେଜରେ ନାମ ଲେଖାଇବେ। ତେବେ ମାସକ ପର୍ଜ୍ଯନ୍ତ ସବୁ କିଛି ଠିକ୍ ଠାକ୍ ଚାଲି ଥିଲା। ଆଉ ଗତ ନଭେମ୍ବର ୨୦ ତାରିଖରେ ଏକ ଦୁର୍ଘଟଣାର ଶିକାର ହୋଇ ଗୋଡ ହରାଇ ବସିଲେ ରାଜୀବ ବାଛାଡ। ୧୮ ବର୍ଷ ନ ପୁରୁଣୁ ଚଂଚକତା କରି ନବାଳକଙ୍କୁ କାମ କରାଉଥିଲା ଭିଜି ଗ୍ରାନାଇଟ୍ସ ନାମକ କମ୍ପାନୀ । ଆଉ ଦୁର୍ଘଟଣାକୁ ଲୋକଲଚନକୁ ନ ଆଣିବା ସହ ପ୍ରଶାସନିକ ଅଡୁଆକୁ ଏଡାଇବା ଲାଗି ନାନା ପ୍ରତିଶୃତିରେ ରାଜୀବ ଓ ତାଙ୍କ ପରିବାରକୁ ପୋତି ପକାଇଥିଲା କମ୍ପାନୀ କତୃପକ୍ଷ। ତେବେ ରାଜୀବଙ୍କ ଗୋଡ କଟା ଯନ୍ତ୍ରଣାଠୁ ବଳି ଯାଇଥିଲା ପଥର କମ୍ପାନୀର ଚଂଚକତା। ୧୮ ବର୍ଷ ନ ପୁରୁଣୁ ଚଂଚକତା କରି ନବାଳକଙ୍କୁ କାମ କରାଉ ଥିଲା ଭିଜି ଗ୍ରାନାଇଟ୍ସ ନାମକ କମ୍ପାନୀ । ଆଉ ଦୁର୍ଘଟଣାକୁ ଲୋକଲଚନକୁ ନ ଆଣିବା ସହ ପ୍ରଶାସନିକ ଅଡୁଆକୁ ଏଡାଇବା ଲାଗି ନାନା ପ୍ରତିଶୃତିରେ ରାଜୀବ ଓ ତାଙ୍କ ପରିବାରକୁ ପୋତି ପକାଇଥିଲା କମ୍ପାନୀ କତୃପକ୍ଷ। ଷତି ପୁରଣ ଅର୍ଥ ଦେବେ, କମ୍ପାନୀ ଥିବା ଯାଏଁ ଦରମା ପାଇବେ, କୃତ୍ରିମ ଗୋଡ ଲଗାଇ ଦେବେ, ଏମିତି ଅନେକ କିଛି କହି ଥିଲା କମ୍ପାନୀ। ତେବେ ଦୁର୍ଘଟଣାର ବର୍ଷକ ପରେ ମୋଟା ୧୦ ଲଷ ଟଙ୍କା ଦେଇ ଚୁକ୍ତି ପତ୍ର ସ୍ବାକ୍ଷର କରି ନେଲା କମ୍ପାନୀ। ପ୍ରଥମେ ୫ ମାସର ଦରମା ଦେବା ପରେ ଆଉ ମୁହଁ ମୋଡି ଅନାଉ ନାହିଁ ଭିଜି ଗ୍ରାନାଇଟ୍ସ କମ୍ପାନୀ। ଏହି ବିଷୟ ନେଇ ଆମେ ବାରମ୍ବାର ଭିଜି ଗ୍ରାନାଇଟ୍ସ ନାମକ କମ୍ପାନୀର ମାଲିକ ସଙ୍ଗେ ଯେ ଏପରି ସ୍ଥିତିରେ ନବାଳକ ରାଜୀବ ଘରେ ବସି ନିଜ ଭାଗ୍ଯକୁ ଆଦରି ପଡିବା ଛଡା ଉପାୟ କିଛି ନାହିଁ। କାରଣ ବାପା ମୁଲ ଲାଗିଲେ ଦୁଇ ମୁଠା ଘରକୁ ଆସେ। ତେଣୁ ପରିବାର ଲୋକେ ଏବେ ପୁଅ ପାଇଁ ଗୋଟ ଖଣ୍ଡକ ଯୌଗାଡ କରିବା ଲାଗି ସରକାର ନିକଟରେ ନିବେଦନ କରିଛନ୍ତି। ଘରର ଦୁଃଖ ବୁଝିବା ପାଇଁ ନାବାଲକ ବୟସରେ ଆରମ୍ଭ କରିଥିଲେ କାମ ହେଲେ କମ୍ପାନୀ ମାଲିକଙ୍କ କଥାରେ ପଡ଼ି କମ୍ ବୟସରେ କାମ କରିବା ପଡିଲା ମହଙ୍ଗା। ଗୋଡ ହରାଇଲା ପରେ ଏବେ କମ୍ପାନୀ କରୁଛି ନିରାଶ… ଭାଗ୍ୟକୁ ଆଦରି ଚୁପ୍ ବସିଥିବା ପିଲା ଓ ପରିବାର ଗୋଡ ଯୋଡା ଏ ପାଇଁ ଏବେ କରୁଛନ୍ତି ମୀନତି ।