କଟକ, ( ନୃସିଂହ ଚରଣ ଦାସ ): ଗୋଟିଏ ପିଢି ନୁହେଁ, ତିନି ପିଢି ଧରି ପିଲାଙ୍କୁ ପାଠ ପଢାଇଛନ୍ତି । ଆଉ ଏବେ ଶିକ୍ଷକତାରୁ ନେଲେ ଅବସର । ସେହି ଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହୋଇଥିଲେ ଗ୍ରାମବାସୀ । ସେ କେବଳ ପିଲାଙ୍କୁ ପାଠ ପଢାଉ ନଥିଲେ । ଗ୍ରାମବାସୀଙ୍କ ସୁଖ ଦୁଃଖର ସାଥୀ ଥିଲେ । ସାର୍ ଅଛନ୍ତି ତ ସବୁ ହୋଇଯିବ । ଏଭଳି ବ୍ୟକ୍ତିତ୍ୱ ହେଉଛନ୍ତି ନଟ ସାର୍ । ଯାହାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାରେ ସଭାରେ ସ୍କୁଲ ନୁହେଁ ପୁରା ଗ୍ରାମବାସୀ ସାମିଲ ହୋଇଥିଲେ । ଏବଂ ଭାବବିହ୍ୱଳ ହୋଇ କୃତଜ୍ଞତା ଜଣାଇଥିଲେ । ଏଭଳି ଘଟଣା ଘଟିଥିଲା ମାହାଙ୍ଗା ବ୍ଲକ ମଉଦା ପ୍ରାଥମିକ ବିଦ୍ୟାଳୟରେ (କୁମାରସାହି)ରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନଟବର ନାୟକ ଓରଫ ନଟ ସାର। ଏହି ଶତାୟୁ ସ୍କୁଲର ପୁରାତନ ଛାତ୍ର ସଂସଦ ଓ ମଉଦା ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦ ସଭାପତି କାଳୀପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲେ । ଅତିଥି ଭାବେ ମାହାଙ୍ଗା ଶିକ୍ଷା ଜିଲ୍ଲା ମଣ୍ଡଳ ଶିକ୍ଷା ଅଧିକାରୀ ଚକ୍ରଧର ବେହେରା, ସରପଞ୍ଚ ଚିନ୍ମୟୀ ବରାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନରେନ୍ଦ୍ର ଚନ୍ଦ୍ର ଶତପଥୀ, ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଦାସ (କାହ୍ନୁ ସାର୍), ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ର, ପ୍ରମୋଦ କୁମାର ସାମଲ, ଛାତ୍ର ସଂସଦ ସଂପାଦକ ରମାକାନ୍ତ ମିଶ୍ରଙ୍କ ସହିତ ସିଆର୍ସିସି ଓ ସଂପୃକ୍ତ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଗିରିଜା ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ସାରଙ୍କୁ ଏକ ବାଇକ୍ ଶୋଭାଯାତ୍ରାରେ ସ୍କୁଲଠାରୁ ନେଇ ତାଙ୍କ ଅରିଲୋ ଗ୍ରାମ ବାସଭବନରେ ଛାଡିଥିଲେ । ସାମ୍ବାଦିକ ତଥା ସ୍କୁଲର ପୁରାତନ ଛାତ୍ର ଜୟଦେବ ଲେଙ୍କା ସାର୍ଙ୍କ ସମ୍ପର୍କରେ ଅବତାରଣା କରିଥିଲେ । ଏବଂ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.