ସ୍ୱାଭିମାନ ଅଞ୍ଚଳରେ ଜୀବନ ଜୀବିକା ନାଁରେ ହରିଲୁଟ: କାଜୁ ପ୍ଲାଣ୍ଟେସନ ଓ ଲେମନ ଗ୍ରାସ ଚାଷରେ ବାଟ ମାରଣା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ, ପାପରମେଟେଲା ଏବଂ ପଣଷପୁଟ ଅଞ୍ଚଳରେ ବିକାଶ ନାମକ ଏକ ଅନୁଷ୍ଠାନ ଜିଲା ଆଇଟିଡିଏ ଆନୁକୂଲ୍ୟରେ ଓଟିଇଏଲପି ପ୍ରକଳ୍ପ ମାଧ୍ୟମରେ ଆଦିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ କରିବାକୁ କାମ କରି ଆସୁଅଛି l ମାତ୍ର ଦୀର୍ଘ ଦିନ ହେଲା ଜୀବନ ଜୀବିକା ତ ଦୂରର କଥା ଜୀବନ ଜୀବିକା ନାଁରେ ହରିଲୁଟ ଘୋଟଲା କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି l କାଜୁ ପ୍ଲାଣ୍ଟେସନ ଏବଂ ଲେମନ ଗ୍ରାସ ଚାଷରେ ଯୋଡ଼ାମ୍ବ ପଞ୍ଚାୟତର ବିହନଗୁଡ଼ି, ଖଜୁରୀଗୁଡ଼ା, ସିନ୍ଧିପୁଟ ଗ୍ରାମରେ ଓ ପାପରମେଟେଲା ପଞ୍ଚାୟତ ବହୁ ଗ୍ରାମରେ ଦୁର୍ନୀତିର ଗନ୍ଧ l ବିକାଶ ଅନୁଷ୍ଠାନ ସ୍ୱାଭିମାନ ଅଞ୍ଚଳରେ ଆଗରୁ କୌଣସି ସାମାଜିକ କାମ ନକରି ଜିଲାସ୍ତରରେ ଅଧିକାରୀଙ୍କୁ ଧରି ପାଇଥିଲା ଓଟିଇଏଲପି ପ୍ରକଳ୍ପ, ଦିନ ଥିଲା ସ୍ଥାନୀୟ ଅଞ୍ଚଳରେ ଭଲ କାମ କରି ଆସୁଥିବା ଅନୁଷ୍ଠାନକୁ ଦେଖି ପ୍ରୋଜେଟ ଦିଆଯାଉଥିଲା ଏବେ ତାର ସ୍ଥିତି ବଦଳି ଯାଇଛି ଏବେ ତାହା ବିଜିନେସ ମୋଡ଼ ହୋଇ ଯାଇଛି ଯିଏ ଯେତେ ଦେଇ ପାରିବ ସିଏ ପ୍ରୋଜେକଟ ପାଇବ l ତେଣୁ ସେହି ଅଞ୍ଚଳରେ ଅନୁଷ୍ଠାନଟି ଯାହା କାମ କରୁଥିବ ଜାଣିବା କଥା l ତିନି ଗୋଟି ପଞ୍ଚାୟତର ଶତାଧିକ ଚାଷୀଙ୍କୁ କାଜୁ ପ୍ଲାଣ୍ଟେସନ ଓ ଗ୍ରାସ ଲେମନ ଚାଷ ନାଁ ଚାଷୀ ପେଟକୁ ନାତ ମରାଯାଇଛି l ସ୍ୱାଭିମାନ ଅଞ୍ଚଳରେ ଚାଷୀଙ୍କ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳ ବିକାଶ ନାଁରେ ଚାଷୀଙ୍କର ବିନାଶ କରୁଥିଵା ଦେଖିବାକୁ ମିଳିଛି l ଅଳ୍ପ କିଛି ଦିନ ତଳେ ଜିଲା ଓଟିଇଏଲପି କାମକୁ ସାମାଜିକ ସମୀକ୍ଷା ସମୟରେ ଜିଲା ସାମଜିକ ସମୀକ୍ଷକ ସୁବ୍ରତ ସାମଲ ଉକ୍ତ ଯୋଡ଼ାମ୍ବ ଓ ପଣଷପୁଟ ଅଞ୍ଚଳରେ ହୋଇଥିବା ପ୍ଲାଣ୍ଟେ ସନ କାମ ଦେଖିବାକୁ ଯାଇଥିଲେ ସେଥିରେ ବହୁ ବାଟ ମାରଣା ହୋଇଥିବା ଜିଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ପ୍ରକାଶ କରିଥିଲେ l ବହୁ ସ୍ଥାନରେ ନା ଅଛି କାଜୁ ଗଛ, ନା ଲୋକେ ପାଇଛନ୍ତି ସେମାନଙ୍କ କୁଲି କରିଥିବା ପଇସା l ଏ ସମ୍ପର୍କରେ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ବୋଲି କୁହନ୍ତି ଶ୍ରୀ ସାମଲ l କାଜୁ ପ୍ଲାଣ୍ଟେସନ, ଲେମନ ଗ୍ରାସକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା କଥା କୁହନ୍ତି ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧେରୀ ଓ ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳଙ୍କ ସ୍ୱାମୀ ପ୍ରହଲ୍ଲାଦ ହନ୍ତାଳ l ସ୍ୱାଭିମାନ ଅଞ୍ଚଳର ଚାଷୀଙ୍କ ହେକ୍ଟର ଜମିରେ କାଜୁ ପ୍ଲାଣ୍ଟେସନ ଓ ଲେମନ ଗ୍ରାସ ଚାଷ ନା ବହୁ ସ୍ଥାନରେ ଅଛି ଗଛ, ନା ଚାଷୀ ପାଇଛନ୍ତି ସେମାନଙ୍କ ପାରିରିଶ୍ରମିକ, ନା ଗଛ ସୁରକ୍ଷା ବାବଦରେ ପାଇଛନ୍ତି ଵାଡ଼, ନା ପାଇଛନ୍ତି କାମ କରିଥିବା କୁଲି ପଇସା, ନା ବାରମ୍ବାର ଚାଷୀ ମାନେ ଅଭିଯୋଗ କଲେ ଶୁଣୁଛନ୍ତି ପ୍ରଶାସନିକ ଅଧିକାରୀ l ଯେଉଁ ଅଭିଯୋଗ ଯୋଡ଼ାମ୍ବ ଓ ପାପରମେଟେଲା ପଞ୍ଚାୟତ ବୈଠକରେ ଦେଖିବାକୁ ମିଳିଛି ଚାଷୀଙ୍କ ଅସନ୍ତୋଷ l ଅବିଳମ୍ବେ ଜିଲା ପ୍ରଶାସନ ଏହାର ସଠିକ ତଦନ୍ତ କରି ପଦକ୍ଷପ ନେବାକୁ ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି l

Leave A Reply

Your email address will not be published.