ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ପ୍ରତି ଗୁରୁବାର ପେନସନ ଓ ଭବିଷ୍ୟନିଧି ଅଭିଯୋଗ ଶୁଣାଣି ହେବ

ଭୁବନେଶ୍ୱର, ୧୩/୦୩: ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ଅବସରକାଳୀନ ପ୍ରାପ୍ୟ ଯଥା ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି ଏବଂ ସମାଧାନ ପାଇଁ ଏଣିକି ପ୍ରତି ଗୁରୁବାର ଏ.ଜି. ସମ୍ମିଳନୀ କକ୍ଷଠାରେ EHI ଶୁଣାଣି ପ୍ରକୋଷ୍ଠ ଆୟୋଜିତ ହେବ l ଯଦି ଏହି କାର୍ଯ୍ୟ ଦିବସ ଛୁଟିଦିନ ପଡୁଥାଏ, ତାହେଲେ ଏହା ପରବର୍ତ୍ତୀ କାର୍ଯ୍ୟ ଦିବସରେ ଅନୁଷ୍ଠିତ ହେବ l ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରିନାହାନ୍ତି, ସେମାନେ ସେମାନଙ୍କର ଅଭିଯୋଗ ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଦାଖଲ କରି ପାରିବେ ଓ ଏହି ଅଭିଯୋଗ ଉପରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଏହାର ତୁରନ୍ତ ଶୁଣାଣି କରାଯାଇ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ l ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବିଷୟରେ ଅଧିକ ସୂଚନା ପାଇଁ କଲ୍ୟାଣ କୁମାର ପଣ୍ଡା, ସହକାରୀ ଲେଖା ଅଧିକାରୀ (ପେନସନ ) ମୋବାଇଲ ନଂ ୮୨୬୦୨୭୧୯୫୭ ଏବଂ ଚାର ଓରାମ, ବରିଷ୍ଠ ଲେଖା ଅଧିକାରୀ (ଭବିଷ୍ୟନିଧି ) ମୋବାଇଲ ନଂ ୮୨୪୯୧୪୭୩୧୩ ରେ ଯୋଗାଯୋଗ କରିବାକୁ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଅଛି l

Leave A Reply

Your email address will not be published.