ଡ଼ୁଡ଼ୁଆ ଶୌବ ପୀଠରେ ମହାବାରୁଣୀ ସ୍ନାନ ଯାତ୍ରା: ଲକ୍ଷାଧିକ ଭକ୍ତଙ୍କ ସମାବେଶ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅଧିନ ବାଲିଡ଼ିହା ଗ୍ରାମ ଦେଇ ପ୍ରବାହୀତ ଗଙ୍ଗାହାର ନଦୀ ମଧ୍ୟରେ ଥିବା ବାବା ଡୁଡୁହେଶ୍ଵର ଶୌବ ପୀଠରେ ମହାବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଦେଖିବାକୁ ଜିଲ୍ଲା, ଜିଲ୍ଲା ବାହାର ସମେତ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା । ବର୍ଷ ତମାମ ନଦୀର ପ୍ରଖୋର ସ୍ରୋତ ମଧ୍ୟରେ ଏକ ନୟନ ସଦୃଶ୍ୟ କୁଣ୍ଡରେ ବାବା ଡୁଡ଼େଶ୍ଵର ପୂଜା ପାଇ ଆସୁଥିବା ବେଳେ ଶତ ଭିକ୍ଷା ନକ୍ଷେତ୍ର ମହା ବାରୁଣୀ ସ୍ନାନ ଯାତ୍ରା ଦିନରେ ହିଁ ଶ୍ରଦ୍ଧାଳୁମାନେ ବାବାଙ୍କୁ ସ୍ଵଚକ୍ଷୁରେ ଦେଖିବା ସହ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇପାରୁଥିବାରୁ ଏହା ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମିଥାଏ । ତେବେ ଏହି ସ୍ନାନ ଯାତ୍ରା ଦିନ ଗଙ୍ଗାହାର ନଦୀର ଜଳଧାରକୁ ଗତିପଥକୁ ପରିବର୍ତ୍ତନ କରାଯାଇ ବାବାଙ୍କର ସ୍ଵତନ୍ତ୍ର ଭାବେ ପୂଜା ଅର୍ଚ୍ଚନା କରାଯିବାର ପରମ୍ପରା ରହି ଆସିଛି । ତତସହ ଉକ୍ତ କୁଣ୍ଡର ତଳେ ଥିବା ଅନ୍ୟ ଏକ କୁଣ୍ଡରେ ଏହି ଦିନ ବୁଢ଼ ପକାଇଲେ କଲେ ବହୁ ପୁନ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ସଂପୃକ୍ତ କୁଣ୍ଡ ପାର୍ଶ୍ଵରେ ଥିବା ଚତୁରୀରେ ସ୍ୱଳ୍ପ ସମୟ ପାଇଁ ପ୍ରବାହ ହେଉଥିବା “ଗୁପ୍ତ ଗଙ୍ଗା” ଏବଂ ଏହାର ସମ୍ମୁଖ ବା ପୂର୍ବ ପାର୍ଶ୍ଵରେ ଅନ୍ୟ ଏକ ପାହାଡ଼ରେ ଥିବା ଭୀମଙ୍କ ଆଣ୍ଠୁ ଓ ପାଦ ଚିହ୍ନ ଆଦି ସ୍ଥାନମାନଙ୍କରେ ଶ୍ରଦ୍ଧାଳୁ ମାନେ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ଦିନ ତମାମ ଏହି ପିଠରେ ପୂଜା ଅର୍ଚ୍ଚନା ହେବାକୁ ଥିବା ଯୋଗୁଁ ପ୍ରବଳ ଜନ ସମାଗମ ଲାଗି ରହିଥିଲା । ଏବଂ ଆଇନଶୃଙ୍ଖୁଳାକୁ ଦୃଷ୍ଟିରେ ରଖି ଖୁଣ୍ଟା ଥାନା ପକ୍ଷରୁ ସଂପୃକ୍ତ ଅସ୍ଥାୟୀ କ୍ୟାମ୍ପ କରାଯାଇଥିଲା । ତେବେ ପଶ୍ଚିମା ଝଡ଼ ପ୍ରଭାବରେ ପ୍ରତିକୂଳ ପାଗ ସତ୍ତ୍ଵେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ବର୍ଷକୁ ବର୍ଷ ବାରୁଣୀ ସ୍ନାନ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଥିବାକୁ ଦେଖି ବାରୁଣୀ ସ୍ନାନ କମିଟି ପକ୍ଷରୁ ପୂଜା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୭ ଦିନ ଧରି ଉକ୍ତ ସ୍ଥାନରେ ମେଳାର ଆୟୋଜନ ହେବାକୁ ଥିବା କମିଟିର ସଭାପତି ଭରତ ଚନ୍ଦ୍ର ଖିଲାର ଓ ସମ୍ପାଦକ ରବିନ୍ଦ୍ର ହେମ୍ବ୍ରମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.