କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି. ୭୯ ଠାରେ କିଛି ଯୁବ ଗୋଷ୍ଠୀ ମିଶି ପାଳିଛନ୍ତି ପଖାଳ ଦିବସ।ମାଲକାନଗିରି ଜିଲ୍ଲାରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରୀତ ହୋଇ ଓଡିଶାର ଏହି ଓଡ଼ିଆ ମାନଙ୍କ ଏହି ପଖାଳ ଦିବସଟିକୁ ପାଳନ କରିଥିବା ଦେଖିବାକୁ ମିଳିଛି। ପଖାଳ ହେଉଛି ଓଡ଼ିଆଙ୍କ ସବୁ ଦିନିଆ ଖାଦ୍ୟ ହୋଇଥିଲେ ବି ଖରା ଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ପଖାଳ ଦିବସ ଭାବେ ପାଳିତ କରୁଛନ୍ତି। ସେଥିପାଇଁ ଗତ ବର୍ଷ ଭଲି ଏହି ବର୍ଷ ଏମ.ଭି. ୭୯ର୍ ଯୁବ ଗୋଷ୍ଠୀ ପାଲିଛନ୍ତି ପଖାଳ ଦିବସ l ଯୁବ ଗୋଷ୍ଠୀଙ୍କ କହିବା ଅନୁସାରେ ପ୍ରତି ବର୍ଷ ଏବି ପଖାଳ ଦିବସ ପାଳିବେ ବୋଲି କହିଛନ୍ତି l କିଛି ଲୋକେ ପଖାଳକୁ ପାସୋରି ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅସହ୍ୟ ଖରା ଓ ଅଂଶୁଘାତ ଜନିତ ସମସ୍ୟାରୁ ନିଜକୁ ସୁରକ୍ଷିତ କରିବା ପାଇଁ ସମସ୍ତେ ପୁଣି ପଖାଳ ମୁହାଁ କରିଛି। ଭାତରେ ପାଣି ଦେଇ ସେଥିରେ ଦହି, ଲେମ୍ବୁପତ୍ର, ସୋରିଷ ଲଙ୍କା ଛୁଙ୍କ କରି ପ୍ରସ୍ତୁତ କରାଯାଏ ପଖାଳ। ପୁଣି ପଖାଳ ସହିତ ବିଭିନ୍ନ ପ୍ରକାରର ଚଟଣି ଲୋକେ ଖାଇଥା’ନ୍ତି। ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି ,ଆମ୍ବୁଲ ସମେତ ସୁନୁସୁନିଆ, ଲେଉଟିଆ, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ବିଭିନ୍ନ ପ୍ରକାର ଆଚାର ପଖାଳର ସ୍ବାଦକୁ ବହୁଗୁଣିତ କରିଦିଏ। ପୁଣି ପଖାଳ ମଧ୍ୟ ବିଭିନ୍ନ ପ୍ରକାର ଯଥା ଚାଇଁ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ ଇତ୍ୟାଦି। ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଭିନ୍ନ ପ୍ରକାରେ ଏହା ପ୍ରସ୍ତୁତ କରନ୍ତି। ଆଜିର ଏହି ପଖାଳ ଦିବସରେ କିଛି ବରିଷ୍ଠ ସାମ୍ବାଦିକ ସହ ଏମ.ଭି. ୭୯ର ଯୁବ ଗୋଷ୍ଠୀ ଉପସ୍ଥିତ ରହି ଏହି ପଖାଳ ଦିବସଟିକୁ ଖୁବ ଆନନ୍ଦରେ ପାଳିଛନ୍ତି ଆୟୋଜକ ଆଷିଶ କୁମାର ବାଇନ ଓ ସଂଜୀବ ହାଲଦାର, ପ୍ରଭାତ ସାହା, ଆମିତ କୁମାର ମଣ୍ଡଲ, ଆଲୋକ ମଣ୍ଡଲ, ସୂରଜ ମଣ୍ଡଲ, ରିକି ବାରିକ, ପ୍ରହ୍ଲାଦ ଭାଇ, ରାକେଶ ମଣ୍ଡଲ, ସୁଦୀପ ଦତ୍ତ, ତପନ କିତନୀଆ, ବିକି ବିଶ୍ବାସ, ସଞ୍ଜୟ ମଣ୍ଡଲ, ସୂରଜ ବେହେରା l ଏହି ଯୁବ ଗୋଷ୍ଠୀ ପଖାଳ ଦିବସ ପାଳନ କରି ବହୁତ୍ ଖୁସି ହୋଇଛନ୍ତି ଏବଂ ଆଗାମୀ ବର୍ଷ ମଧ୍ୟ ଏହି ପଖାଳ ଦିବସକୁ ଆହୁରି ଧୁମ ଧାମରେ ପାଳନ କରିବେ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post