ମମତା ଓଡ଼ିଶା ପକ୍ଷରୁ ମାତୃ ଓ ଶିଶୁ ସ୍ଵାସ୍ଥ୍ଯକୁ ସୁଦୃଢ଼ ପାଇଁ କର୍ମଶାଳା

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନ ପକ୍ଷ୍ୟରୁ ଏକ ବିକ୍ଷେପଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବା ବେଳେ ମମତା ଓଡିଶା ପକ୍ଷରୁ ଗତ ପ୍ରାୟ ଏକ ବର୍ଷ ଧରି କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମୁଖ୍ୟତଃ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ଗ୍ରାମ ଗୁଡିକରେ ଦେଖାଦେଉଥିବା ଶିଶୁ ମୃତ୍ୟୁହାରକୁ ରୋକିବା, ଗର୍ଭବତୀ ଓ ପ୍ରସୂତୀଙ୍କ ଠାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା, ଗର୍ଭାବସ୍ଥା ପୂର୍ବ ଓ ପରର ଦେଖାରଖା, ବାଲ୍ୟ ବିବାହ ରୋକିବା ସହ ବିଭିନ୍ନ ସରକାରୀ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯିବା ପାଇଁ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରୟାସ ଓ ଫଳାଫଳ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ଅବିଦ ହୁସେନ ଖାନ୍ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁଧାଂଶୁ ବେହେରା, ପଡିଆ ଭାରପ୍ରାପ୍ତ ସିଡିପିଓ ଶାନ୍ତି କରସୁଧା ପଟନାୟକ, ବେଜାଙ୍ଗୀୱାଡା ସୁପରଭାଇଜର ଲତା ମଞ୍ଜୁଳା, ଏବିଇଓ ଚିନ୍ତାହରଣ ମଧୁ ଓ ବରିଷ୍ଠ ସମାଜସେବୀ ସୁଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନର ରାଜ୍ଯ ମୁଖ୍ୟ ଡଃ ମୁକେଶ ସାହୁ ମାତୃ ଓ ଶିଶୁ ସ୍ଵାସ୍ଥ୍ଯକୁ ସୁଦୃଢ଼ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ପୂର୍ବ ସ୍ଥିତି ଓ ବର୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯକୁ ସୁଦୃଢ଼ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ମାଲକାନଗିରିର ପ୍ରକୃତ ସ୍ଥିତି ବାବଦରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ବିଭାଗର ବିଭିନ୍ନ ପଞ୍ଚାୟତର ସୁପରଭାଇଜର, ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର, ସ୍ବାସ୍ଥ୍ୟକର୍ମୀ, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ବିଭିନ୍ନ କର୍ମଚାରୀ, ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନର ଝିଲି ସିଲ୍, ପୂଜା ଚକ୍ରବର୍ତ୍ତୀ, ନୟାମୀ ଖରା, ରାଜେଶ କୁମାର ଓଝା, ଗୋବିନ୍ଦ ସର୍ଦାର ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ କୁମାର ସାହୁ କର୍ମଶାଳା ପରିଚାଳନା କରିଥିଲେ।

Leave A Reply

Your email address will not be published.