କାଲିମେଳା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିବା ଅଗ୍ନିବୀର ଯବାନ ରାଜେନ୍ଦ୍ର ପ୍ରସାଦ ସାହୁ ରାଜ୍ୟସ୍ତରୀୟ କରାଟେ ଚାମ୍ପିଅନସିପରେ ଖୋର୍ଦ୍ଧା ଜୁନରୁ ଗୋଲଡ଼ ମେଡ଼ାଲିଷ୍ଟ ହୋଇ ଫେରିଥିଲେ । ଏହି ଅବସରରେ ଜାତୀୟସ୍ତରକୁ ଯିବା ପାଇଁ ମନୋନୀତ ହୋଇଥିବାରୁ ଆଜି ତାଙ୍କୁ କାଲିମେଳା ଅଗ୍ନିଶମ ବାହିନୀ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କାଲିମେଳା ଅଗ୍ନିଶମ ଅଧିକାରୀ ଗୁପ୍ତେଶ୍ୱର ଦାସଙ୍କ ସମେତ ହାବିଲଦାର, ସନ୍ତୋଷ ପରିଡ଼ା, ଜଗା ମୁଦୁଲି, ଚନ୍ଦ୍ରଶେଖର ମାଝୀ, ରମେଶ ହରିଜନ, ଜିତେନ୍ଦ୍ର ନାୟକ ଏବଂ କମଲ ମାଝୀ, ଉପସ୍ଥିତ ରହି ଗୋଲଡ଼ ମେଡ଼ାଲିଷ୍ଟ ଶ୍ରୀ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ରାଜେନ୍ଦ୍ର ପ୍ରସାଦ ସାହୁ ତାଙ୍କ ପିତା ରବୀନ୍ଦ୍ର ସାହୁ, ଜିଲ୍ଲା ଜଗତସିଂହପୁରର ଏହି ଅଗ୍ନିବୀର ଯବାନ ଜଣଙ୍କ ଝାରସୁଗୁଡା ଜିଲ୍ଲା ମଙ୍ଗଳା ବଜାର ଅଡିଟୋରିୟମ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଗତ ୧୮ ତାରିଖ ଏବଂ ୧୯ ତାରିଖରେ ଆୟୋଜିତ ନ୍ୟାସନାଲ କରାଟେ ଫାଉଣ୍ଡସେନ ପକ୍ଷରୁ ରାଜ୍ୟସ୍ତରୀୟ କରାଟେ ଚାମ୍ପିଅନସିପ, ୨୦୨୩ କାର୍ଯ୍ୟକ୍ରମରେ ଭାଗ ନେଇ ଦୀର୍ଘ ଦିନ ସ୍ବପ୍ନର ଦ୍ୱିତୀୟ ପାହାଚ ଚଡିବାରେ ସଫଳ ହୋଇଛନ୍ତି l ଦୁଇ ଦୁଇଟି ମେଡାଲ ପାଇ ସେ ଆଜି ଆନ୍ତର୍ଜାତୀୟସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଅଛନ୍ତି l ଆଗାମୀ ଦେଢ଼ ମାସ ମଧ୍ୟରେ ଚଣ୍ଡିଗଢ଼ରେ ଆନ୍ତର୍ଜାତୀୟ କରାଟେ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post