ଡଃ.ଏସ.ପି. ଡିଗ୍ରୀ କଲେଜରେ ଉତ୍କଳ ଦିବସ ପାଳିତ

କାଲିମେଳା: ମାଲକାନଗିରି ଜିଲ୍ଲା କଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ.ଏସ.ପି. ଡିଗ୍ରୀ କଲେଜରେ ଓଡ଼ିଶା/ଓଡ଼ିଆ ଜାତିର ଅସ୍ମିତା, ଗୌରବ ଓ ସ୍ଵାଭିମାନର ପ୍ରତୀକ ୮୮ତମ ପବିତ୍ର “ଉତ୍କଳ ଦିବସ” ପାଳିତ ହୋଇଯାଇଛି । ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମରେ  କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ସଭାପତିତ୍ଵ କରିଥିଲେ ଓ ଆମ ପୂର୍ବ ଶୁରିମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତା ସଙ୍ଗେ ସଙ୍ଗେ ଉତ୍କଳୀୟ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଆନ୍ତରିକ ଶୁଭକାମନା ଜ୍ଞାପନ କରିଥିଲେ। ସ୍ବାଭିମାନର ସହ ବଞ୍ଚିବା, ଓଡ଼ିଆ ଭାଷା ସାହିତ୍ୟ ତଥା ଓଡ଼ିଶାର ଅସ୍ମିତାକୁ ବିଶ୍ଵ ଦରବାରରେ ପ୍ରତିପାଦନ କରେଇବା ଆମର ଲକ୍ଷ ହେବା ଦରକାର ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀମନ୍ତ ମହାପାତ୍ର, ତାରିଣୀ ଚରଣ ମହାନ୍ତି (ଇତିହାସ), ଶତ୍ରୁଘ୍ନ ପ୍ରଧାନ (ଇଂରାଜୀ ), ଶିବରାମ ଦାଇନି (ରାଜନୀତି ବିଜ୍ଞାନ ), ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ମାଝି, ଲାଇବ୍ରେରୀୟାନ ସନ୍ତୋଷ କୁମାର ପାତ୍ର, ପି.ଟି. ଅମିୟ ସରକାର, କିରାଣୀ ପ୍ରଦୀପ କୁମାର ପ୍ରଧାନ, ସିବାସୀସ ଦତ୍ତ, ବ୍ରଜେନ ମିର୍ଧା ଉପସ୍ତିତ ଥିଲେ । ଶେଷରେ ଅଧ୍ୟାପିକା ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.