କଟକ,( ନୃସିଂହ ଚରଣ ଦାସ) : ଆଜି ଅପ୍ରେଲ ୧୨ । ଠିକ ବର୍ଷେ ତଳେ ଘଟିଥିଲା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । କଟୁରୀ ଚୋଟରେ ଗୋଟିଏ ନୁହେଁ ପାଞ୍ଚୋଟି ଗଡିଥିଲା ମୁଣ୍ଡ । ଗୋଟିଏ ପଟରେ ଗାଁ ଲୋକେ ସ୍ମୁତି ସାଉଁଟୁ ଥିଲେ । ଅନ୍ୟପଟେ ସାଲେପୁର କୋର୍ଟରେ ହାଜର ହୋଇଥିଲା ଅଭିଯୁକ୍ତ ଶିବ ସାହୁ । ୨୦୨୨ ଆଜିର ଦିନରେ ଶିବ ଖେଳିଥିଲା ରକ୍ତର ହୋଲି । ମାହାଙ୍ଗା ବ୍ଲକ କୁସୁପୁର ଗାଁରେ ଘଟିଥିଲା ଏଭଳି ଲୋମଟାଙ୍କୁରା ଘଟଣା । ନିଜ ବଡ ଭାଇ ଆଲୋକ ସମେତ ଭାଉଜ, ପୁତୁରାଝିଆରୀକୁ ନୃଶଂସ ଭାବେ କରିଥିଲା ହତ୍ୟା । ହତ୍ୟାକାଣ୍ଡ ପରେ ନିକଟସ୍ଥ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା ଶିବ । କିନ୍ତୁ ତା ପୂର୍ବରୁ ଏକ ମୋବାଇଲ ଅଡିଓ କରି ହତ୍ୟାକାଣ୍ଡକୁ ସ୍ବୀକାର କରିଥିଲା । ପରେ ମାହାଙ୍ଗା ପୋଲିସ ଶିବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଉ ଜାମିନ ନା ମଞ୍ଜୁର ପରଠାରୁ ଶିଶୁଆ ଉପ କାରାଗାରରେ ରହୁଛନ୍ତି । ଏହି ଘଟଣା ଜମିବାଡ଼ି ସମ୍ପର୍କିତ ହୋଇଥିବା ବେଳେ ହତ୍ୟାକାରୀର ସ୍ବୀକାର ପ୍ରମାଣ କରୁଛି ଘଟଣା ସାଫ । ସେପଟେ ବିଚାରପତିଙ୍କ ଘୋଷଣାକୁ କରାଯାଇଛି ଅପେକ୍ଷା ।
Sign in
Sign in
Recover your password.
A password will be e-mailed to you.