ଗ୍ରେଡ ପେ ୪୨୦୦ଟଙ୍କା ଦାବି ପୂରଣ ନହେଲେ
ମାଲକାନଗିରି: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ, ମାଲକାନଗିରି ଜିଲ୍ଲା ଶାଖାର ସାଂଗଠନିକ ବୈଠକ ସଦର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ସେଠୀ, ଆବାହକ ଶ୍ୟାମ ସୁନ୍ଦର ନାୟକ, ସହ ଆବାହକ ଟୁକୁନା ପଢ଼ିଆରୀ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପୃଷ୍ଟି, ମିଡିଆ ସେକ୍ରେଟାରୀ ସନ୍ତୋଷ ସେନାପତି, ସୁକାନ୍ତ ସାହୁଙ୍କ ସମେତ ମିଳିତ ଅମଲା ମଞ୍ଚର ସବୁ ସଦସ୍ୟ, ଅମଲା ସଂଘ, ରାଜସ୍ବ ଅମଲା ସଂଘ, ଟ୍ରେଜେରୀ ସଂଘ, ବନ ବିଭାଗ କର୍ମଚାରୀ ସଂଘ ଓ ରେଜିଷ୍ଟ୍ରାର ଅମଲା ସଂଘର ସଦ୍ୟସ ଉପସ୍ଥିତ ଥିଲେ। ଆଗାମୀ ୨୧.୦୪.୨୦୨୩ ତାରିଖ ଦିନ ୪ ଘଟିକା ସମୟରେ ସମସ୍ତେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହିବେ ଓ ୫ ଘଟିକା ସମୟରେ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ ଓ ଜିଲ୍ଲାପାଳଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ। ଜିଲ୍ଲାସ୍ତରୀୟ ଅମଲlଙ୍କ ଗୋଟେ ମାତ୍ର ଦାବି ମିଶନ ଗ୍ରେଡ ପେ ୪୨୦୦/- ଦାବି ଯଦି ସରକାର ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଗଲା ।
Sign in
Sign in
Recover your password.
A password will be e-mailed to you.
Prev Post