- ରାଜଧାନୀରେ ମହିଳା ଅସୁରିକ୍ଷିତ
- ପୋଲିସର ପାଟ୍ରୋଲିଙ୍ଗ ଠପ
ଭୁବନେଶ୍ୱର: ରବିବାର ସନ୍ଧ୍ୟା ୯:୩୦ ଘଟିକା ସମୟରେ ଜଣେ ମହିଳାଙ୍କ ଠାରୁ ଭ୍ୟାନିଟ ଲୁଟ ହୋଇଥବା ଦେଖିବାକୁ ମିଳିଛି l ପ୍ରକାଶ ଯେ, ମହିଳା ଜଣଙ୍କ ଭିଏସଏସ ନଗର ଆଡୁ ସାଇକେଲରେ ଚକେଇସିହାଣି ଅଭିମୁଖେ ଆସୁଥିବା ସମୟରେ ଏସକେ ଛକ ନିକଟରେ ଦୁଇ ଜଣ ଲୁଟେରା ବାଇକ ଯୋଗେ ଆସି ମହିଳାଙ୍କ ଭ୍ୟାନିଟକୁ ଜୋର ଜବରଦସ୍ତ ଛଡାଇ ନେଇ ରସୁଲଗଡ ଅଭିମୁଖେ ପଳାଇବା ଘଟଣା ଚକିତ କରିଛି l ମହିଳା ଜଣଙ୍କ ନିଜର ଭ୍ୟାନିଟକୁ ପାଇବା ପାଇଁ ଲୁଟେରାଙ୍କ ପଛେ ପଛେ ସାଇକଲେରେ ଗୋଡାଇଥିଲେ ମଧ୍ୟ ସେ ବିଫଳ ହୋଇଥିଲେ l କାରଣ ଲୁଟେରା ଦ୍ୱୟ ବାଇକରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଗଳି କନ୍ଧି କୁଆଡେ ଉଭାନ ହେଇଗଲେ ତାହା ମହିଳା ଜଣଙ୍କ ଜାଣିପାରିଲେନି l ମହିଳା ତାଙ୍କ ଭ୍ୟାନିଟ ବ୍ୟାଗରେ କିଛି ପଇସା ରଖିଥବା ସହ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ସୁନା କାନଫୁଲ, ମୁଦି ରଖିଥିବା କହିଛନ୍ତି l ଏନେଇ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ଏ ଘଟଣାକୁ ନେଇ ଛାନଭିନ ଆରମ୍ଭ କରିଛି । ଏଭଳି ଘଟଣା ଖୋଦ ରାଜଧାନୀରେ ଘଟୁଛି ପ୍ରାୟ ସବୁଦିନ l ଦିନ ଦିପ୍ରହରରେ ହେଉ ଵା ସନ୍ଧ୍ୟା ବେଳେ ହେଉ କୋଉଠି ମହିଳାଙ୍କ ବେକରୁ ଚେନ ଛିଡାଇ ନେଲେଣି ତ, କୋଉଠି ଭ୍ୟାନିଟ ନେଲେଣି ଆଉ କୋଉଠି ମୋବାଇଲ ଫୋନ ଝାମ୍ପି ନେଲେଣି l ଏହାର କାରଣ କଣ ହୋଇପାରେ ପୋଲିସର ପାଟ୍ରୋଲିଙ୍ଗ ଠିକ ସେ ହେଉନି ନା ଜାଣିଶୁଣି ଏ ସବୁକୁ ପ୍ରଶୟ ଦେଉଛି ଜନସାଧରଣଙ୍କ ପ୍ରଶ୍ନବାଚୀ ସୃଷ୍ଟି କରିଛି l