ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ବିକାଶକୁ ଆଗେଇ ନେବ ୫-ଟି ସ୍କୁଲ

ଚିତ୍ରକୋଣ୍ଡା: ଦିନ ଥିଲା ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିର୍ନାଞ୍ଚଳର ନଅ ଗୋଟି ଗ୍ରାମ ପଞ୍ଚାୟତର ୧୫୧ ଖଣ୍ଡ ଗାଁ ମାଓ ଅଧୀନରେ ତାଙ୍କ ଇସାରାରେ ପରିଚାଳିତ ହୋଇ ଶିକ୍ଷାକୁ ପଛରେ ପକାଇ ଦେଇଥିଲେ l ଯେଉଁ ଅଞ୍ଚଳକୁ ନା ଥିଲା ରାସ୍ତା ନା ଥିଲା ଭଲ ସ୍କୁଲ ଘର ନା ଥିଲେ ଭଲ ଶିକ୍ଷକ l କେତେବେଳେ ଭଙ୍ଗା ସ୍କୁଲ ଘରେ ତ, କେତେବେଳେ ପାଣି ଗଳୁଥିବା ଘରେ, କେତେବେଳେ ଗାଁ ମୁଣ୍ଡ କୋଠ ଘରେ ତ କେତେବେଳେ ଗଛ ତଳେ ପିଲାମାନେ ପଢ଼ୁଥିବାର ନଜିର ଥିବା ବେଳେ ସେହିପରି ଶିକ୍ଷକ କ୍ଷେତ୍ରରେ ଦେଖିବାକୁ ଗଲେ ମାଓ ଭୟରେ ହେଉ କିମ୍ବା ନିଜ ମାନସିକତାରେ ହେଉ ନା ବିଦ୍ୟାଳୟରେ ଥିଲେ ଶିକ୍ଷକ ଯଦି ଥିଲେ ଶିକ୍ଷକ ନା ବିଦ୍ୟାଳୟ ନିୟମିତ ଆସୁଥିଲେ, ପାଞ୍ଚ ଦଶ ଦିନକୁ ଥରେ ଯାଇ ଆଟେନାନ୍ସ ପକାଇ ସ୍କୁଲ ବୁଲି ପୁଣି ପଳାଇ ଆସୁଥିଲେ ରହୁଥିବା ଘରକୁ l ସାମ୍ପ୍ରତିକ ସମାଜରେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଜି ବଦଳି ଯାଇଛି ବିଛିର୍ନାଞ୍ଚଳ ସ୍ଥିତି ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିର୍ନାଞ୍ଚଳ ପାଲଟିଗଲା ସ୍ୱାଭିମାନ ଅଞ୍ଚଳ ଏପରିକି ହନ୍ତାଳଗୁଡ଼ା ଘାଟି ରାସ୍ତା ନିର୍ମାଣ ପରେ ଭୁଶୁଡି ପଡିଲା ମାଓଗଡ଼ l ଆଜି ସ୍ୱାଭିମାନ ଅଞ୍ଚଳରେ ବିକାଶ ଘୁ ଘୁ ହୋଇ ଆଗେଇ ଚାଲିଛି ଏପରି ସ୍ଥଳେ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଢା ଉର୍ନତ ଉଚ୍ଚ ବିଦ୍ୟାଳୟଟି ୫-ଟି ସ୍କୁଲର ମାନ୍ୟତା ପାଇବା ପରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ ଓ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ବଳିଷ୍ଠ ଉଦ୍ୟମରେ ଆଜି ୫-ଟି ଡରଲାବେଢ଼ା ସରକାରୀ ଉର୍ନତ ଉଚ୍ଚ ବିଦ୍ୟାଳୟଟି ସମ୍ପୂର୍ଣକରଣ ହୋଇ ଉଦଘାଟନ ହୋଇଅଛି l ସ୍ୱାଭିମାନ ଅଞ୍ଚଳବାସୀ ତାଙ୍କ ନିଜ ଅଞ୍ଚଳରେ ପ୍ରଥମ କରି ଏଭଳି ସୌନ୍ଦର୍ଯ୍ୟକରଣ ଓ ଉର୍ନତ ମାନର ବିଦ୍ୟାଳୟ ଦେଖି ଖୁସି ହୋଇ ସରକାର ତଥା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଆନୁଷ୍ଠାନିକ ଭାବରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ବିଦ୍ୟାଳୟରେ ପହଞ୍ଚି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ସରପଞ୍ଚ ପିଙ୍କି ହନ୍ତାଳ, କନିଷ୍ଠ ଯନ୍ତ୍ରୀ ନୟନ ସରକାର, ୫-ଟି ଠିକାଦାର ଭୋଳାନାଥ ମଲିକ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ୫-ଟି ବିଦ୍ୟାଳୟ ସମ୍ପୂର୍ଣକରଣ ସହ ଉଦଘାଟନ କରାଯାଇଛି l ୫-ଟି ଅନ୍ତର୍ଗତ ସମ୍ପୂର୍ଣକରଣ ଅଧୀନରେ ବିଦ୍ୟାଳୟ ପରିସରଟିକୁ ବିଭିନ୍ନ ରଙ୍ଗ ମାଧ୍ୟମରେ ସୁସଜ୍ଜିତ କରାଯାଇଥିବା ବେଳେ ବିଦ୍ୟାଳୟରେ ଅଧ୍ୟୟନ ପ୍ରକୋଷ୍ଟ ଗୁଡ଼ିକୁ ମଧ୍ୟ କମ୍ପୁଟରିକରଣ ସହ ଉନ୍ନତ ମାନର ଆସବାବ ପତ୍ର ରଖାଯାଇଥିବା ଦେଖିବାକୁ ମିଳିଥିଲା । ବିଜ୍ଞାନାଗାର ଟିକୁ ନୂତନ ଭାବରେ ଆଧୁନୀକରଣ କରାଯାଇ ବିଭିନ୍ନ ବିଜ୍ଞାନ ଉପକରଣ ମାନ କରାଯାଇଅଛି । ଏଠାରେ ନୂତନ ଭାବେ ଏକ ଇ-ପାଠାଗାର ନିର୍ମାଣ ସହିତ କ୍ରୀଡା ଭିତ୍ତଭୂମିକୁ ସଶକ୍ତ କରିବା ପାଇଁ ଖେଳ ପଡିଆର ଉନ୍ନତିକରଣ କରାଯାଇଥିବା ଦେଖିବାକୁ ମିଳିଛି । ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଡେରିରେ ହେଲେ ମଧ୍ୟ ଏହି ବିଦ୍ୟାଳୟକୁ ୫-ଟି ରୁପାନ୍ତରିକରଣ ଯୋଜନାରେ ସାମିଲ କରାଯାଇ ଶିକ୍ଷାର ଆନୁସାଙ୍ଗିକ ଭିତ୍ତିଭୂମୀ ସୁଦୃଢ କରାଯାଇଥିବାରୁ ସ୍ୱାଭିମାନ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଛନ୍ତି ।

Leave A Reply

Your email address will not be published.