ମାଲକାନଗିରି, ୮।୫: ୫-ଟି ବିଦ୍ୟାଳୟ ରୂପାନ୍ତରୀ କରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ଆଜି ମାଲକାନଗିରି ଜିଲ୍ଲାର ମୋଟ ୪୯ଟି ବିଦ୍ୟାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସି ଜରିଆରେ ଆଜି ଅପରାହ୍ନ ପ୍ରାୟ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ତେବେ ଆଜି ପୁଣି ଜିଲ୍ଲାର ୪୯ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିବା ବେଳେ ଏହା ପିଲାଙ୍କୁ ଶିକ୍ଷା ପ୍ରତି ଅଧିକ ଆକ୍ରୁଷ୍ଟ କରିବାରେ ସହାୟକ ହେବ ବୋଲି ଶିକ୍ଷାବିତ ମାନେ ପ୍ରକାଶ କରିଛନ୍ତି । ମାଲକାନଗିରି ଗନ୍ଧିପାଲ୍ଲୀସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଲାଗି ସମସ୍ତ ବ୍ୟବସ୍ତା କରାଯାଇଥିବା ବେଳେ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ଗୁଡିକର ଉଦ୍ଘାଟନ କରିଥିଲେ । ଏହି ଅବସରରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ରାୟଙ୍କ ସହ କଥା ମଧ୍ୟ ହୋଇଥିଲେ । ଏହା ସହ ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଏହିପରି ଉନ୍ନତ ଶିକ୍ଷା ବ୍ୟବସ୍ତା ଯୋଗାଇଥିବାରୁ ଛାତ୍ର ଛାତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ସ୍ଵତନ୍ତ୍ର ଉନ୍ନୟନ ଅଧକ୍ଷ ଆଡମା ରାବା, ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି ପ୍ରମୁଖଙ୍କ ସହ ବହୁ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post