ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଜିଲ୍ଲା ପରିଷଦ ଜୋନସ୍ତରୀୟ ମାଲକାନଗିରି ବିଜୁ ଜନତା ଦଳ ତରଫରୁ ନୂତନ ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ ନେଇ ଏକ ସାଧାରଣ ବୈଠକ ସତୀଗୁଡା ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଇ ବୈଠକରେ ପଦ୍ମଗିରି ଜିଲ୍ଲା ପରିଷଦ ଜୋନର ସାତଟି ଗ୍ରାମ ପଞ୍ଚାୟତ ସିନ୍ଦ୍ରିମାଲ ,ଗୌଡ଼ଗୁଡା, ତାମସା ,ଝରାପାଲ୍ଲୀ, ପେଡାକୋଣ୍ଡା ,ପଦ୍ମଗିରି ଓ ଉଡୁପା ଗ୍ରାମ ପଞ୍ଚାୟତର ସମସ୍ତ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ବୈଠକରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ କିଭଳି ଟାଣ କରିହେବ ସେଥିପାଇଁ ସାତଟି ଗ୍ରାମ ପଞ୍ଚାୟତର ସମସ୍ତ ସକ୍ରିୟ କର୍ମକାର୍ତ୍ତାଙ୍କ ସହ ବିଶେଷ ଆଲୋଚନା କରିଛନ୍ତି । ଏହି ବୈଠକରେ ନବ ନିଯୁକ୍ତ ପଦ୍ମଗିରି ଜିଲ୍ଲା ପରିଷଦ ଜୋନ୍ ସଂଯୋଜକ ଗୋପୀ ପାଙ୍ଗିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ଏଥିରେ ଜୋନ୍ ସଂଯୋଜକ ଗୋପୀ ପାଙ୍ଗି ସାତଟି ଗ୍ରାମ ପଞ୍ଚାୟତର ସମସ୍ତ କର୍ମକାର୍ତ୍ତାଙ୍କୁ କିଭଳି ପଞ୍ଚାୟତ ସ୍ତରରେ ନୂତନ ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଛନ୍ତି । ଏହି ବୈଠକରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ, ଜିଲ୍ଲା ପରିଷଦ ସଭ୍ୟା କୁନି ଭୁମିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ବିଜେଡି ଯୁବ ନେତା ସଦାନନ୍ଦ ଖରା, ନିରଞ୍ଜନ ଗାଇନ, ଜଳେନ୍ଦ୍ର ବାଘ, ଅର୍ଜୁନ କୁମାର ଭତରା, ଶ୍ରୀହରି ହରିଜନ, ସୁନାଧର ମାଡକାମୀ ପ୍ରମୁଖଙ୍କ ସହ ବହୁ ପଞ୍ଚାୟତ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.