ପଡ଼ିଆ ବ୍ଲକ ଗିର୍କାନପାଲ୍ଲୀ ଗ୍ରାମ ପଞ୍ଚାୟତର ଏମ.ପି.ଭି ୪୮ ଗ୍ରାମର ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ ପୂର୍ବତନ ବିଧାୟକ ମାନସ ମାଡକାମୀ
ମାଲକାନଗିରି: ମାଲକାନଗିରି ଜ଼ିଲ୍ଲା ପଡ଼ିଆ ବ୍ଲକ ଗିର୍କାନପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି ୪୮ ଗ୍ରାମରେ ବିଜୁ ଜନତା ଦଳ ତରଫରୁ ଏକ ସାଧାରଣ ଦଳୀୟ ବୈଠକ ଆୟୋଜନ କରାଯାଇଥିଲା ।ଏହି ବୈଠକ ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ଜନତା ଦଳର ଦଳୀୟ ଆଲୋଚନା ସହ ଏମ.ପି.ଭି ୪୮ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ଦାବି ଜଣାଇଛନ୍ତି । ବିଶେଷ କରି ସର୍ବ ପୁରାତନ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ,ସ୍ୱତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ଓ ପାଚେରୀ ନିର୍ମାଣ, ଦୁର୍ଗା ନାଟ ମନ୍ଦିର ପାଇଁ ଏକ ଗୋଷ୍ଟି କେନ୍ଦ୍ର ନିର୍ମାଣ ନିମନ୍ତେ ଦାବି ଜଣାଇବା ସହ ପୂର୍ବତ୍ତନ ବିଧାୟକ ମାନସ ମାଡକାମୀଙ୍କୁ ଗ୍ରାମ ପରିଦର୍ଶନ କରାଇ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଜଣାଇଲେ ଓ ଜଗନ୍ନାଥ ମନ୍ଦିରର ନୂତନ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଲେ । ଏଥିରେ ପୂର୍ବତନ ବିଧାୟକ ମାନସ ମାଡକାମୀ ଏମ.ପି.ଭି ୪୮ ଗ୍ରାମବାସୀ ସମସ୍ତ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗର ଉପ ସଭାପତି ସତ୍ୟ ସ୍ୱାଇଁ, କେ. ରାହୁଲ, ବି ବିଭୁତି ଭୂଷଣ, ଦୀପଙ୍କର ବଲ, ଲଳିତ ମଜୁମଦାର, ବିକାଶ ମଣ୍ଡଳ, ମୁକୁନ୍ଦ ରାୟ, ଜୟନ୍ତ ମଣ୍ଡଳ, ଗପାଳ ବଇଦ୍ୟ, ସଞ୍ଜିତ ମଣ୍ଡଳ, ଧନଂଜୟ ସରକାର, ପୃଥିବି ରାଜ ବିଶ୍ୱାସ, ନିତାଇ ଚନ୍ଦ୍ର ସରକାର, ସଞ୍ଜିତ ସରକାର, ଅରୁଣ ଗାଈନଙ୍କ ସହ ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀଙ୍କ ସହ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।