କଟକ, (ନୃସିଂହ ଚରଣ ଦାସ): ଲୋକ ରାସ୍ତାରେ ଚାଲିବେ। ଯିବା ଆସିବାରେ ସୁଗମ ହେବ। ଗାଁ ସହ ସହର ଯୋଡି ହେବ। ଏନେଇ ଗ୍ରାମ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କରାଯାଇଛି ସାମିଲ। ଟେଣ୍ଡର ସାରି ମାସେ ହେବ ରାସ୍ତା କାମ ହେଲାଣି । ମାତ୍ର ରାସ୍ତା କାମ ଏବେ ଲୋକଙ୍କ ଲାଗି ପାଲଟିଛି ଅଭିଶାପ । ଠିକାଦାରଙ୍କ ମାନମାନି ଲାଗି ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ନାଁ କହିପାରୁଛନ୍ତି ନ ସହିପାରୁଛନ୍ତି । ଏଭଳି ଯମଯନ୍ତ୍ରଣା ଭୋଗୁଛନ୍ତି ୫ ହଜାର ଲୋକ । ଏଥିପ୍ରତି ନାଁ ଅଛି ବିଧାୟକଙ୍କ ଦରଦ ନାଁ ବିଭାଗୀୟ ଅଧିକାରୀଙ୍କ ତଗିଦ । ସତେ ଯେମିତି ଠିକାଦାରର ଚକ୍ରବିହ୍ଵରେ ଅମଲା । ପ୍ରଶ୍ନ ଉଠୁଛି ଏତେ ସାହସ ଠିକାଦାରର ଆସିଲା କୋଉଠୁ । ଯାହାକି ଚିନ୍ତାର ବିଷୟ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ମାହାଙ୍ଗା ବ୍ଲକରେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦୋଳ ଠାରୁ ଝାଡେଶ୍ୱରପୁର (ଭାୟା ଉମର) ପଯ୍ୟନ୍ତ ଚାଲିଛି ରାସ୍ତାକାମ। ଏହି ରାସ୍ତା ଦେଇ ବ୍ଲକର ପଲିସାହି, ଭଉଁରୀଆ, ଓ ଉମର ପଞ୍ଚାୟତ ଲୋକ ଯାତାୟାତ ଲାଗି ନିର୍ଭର କରୁଛନ୍ତି । ସେହିପରି ଏହି ରାସ୍ତା ଦେଇ ଭଗବତୀ ବିଦ୍ୟାଳୟ, ପଲିସାହି ସରକାରୀ ବାଳିକା ନୋଡ଼ାଲ ବିଦ୍ୟାଳୟ, ପନ୍ଦରବାଟିଆ ହାଇସ୍କୁଲ ସମେତ ମାହାଙ୍ଗା ମହିଳା ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ଯାଆସ କରୁଛନ୍ତି । ଅନ୍ୟ ପଞ୍ଚାୟତର ବାଟୋଇ ମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାରେ ପାଣି ପକା ନଯିବାରୁ ବାଟୋଇମାନଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। କେନାଲ ଭିତରେ ପାଚେରୀ ନିର୍ମାଣ କରାଯଇଛି । ଆଗାମୀ ଦିନରେ ପାଣି ଯିବାରେ ଅସୁବିଧା ହେବ । ଦେଖିବାକୁ ବାକି ରହିଛି କେବେ ସରିବ ରାସ୍ତା କାମ । ଆଉ ଏଭଳି ନିମ୍ନମାନର କାମ ଉପରେ କଣ ନିଆଯିବ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା ।
Sign in
Sign in
Recover your password.
A password will be e-mailed to you.