ମେସିନ୍ କରୁଛି MGNRESS କାମ

ହାତ ବାନ୍ଧି ବସିଛନ୍ତି ଶ୍ରମିକ
ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ମଧୁଚନ୍ଦ୍ରିକା

କଟକ (ଗାଁରୁ ସହର): ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟକାରୀ କରୁଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)। ମାତ୍ର ରାଜ୍ୟର କଟକ ଜିଲ୍ଲା ନିଆଳି ବ୍ଳକ ତିହୁଡ଼ି ପଂଚାୟତ ବାଘମରା ଗାଁରେ MGNREGA କାମରେ ବ୍ୟାପକ ଅନିୟମିତତା ହେଉଛି l ଜିଲ୍ଲାରେ ଏହି ଯୋଜନାର କେତେ ସୁଫଳ ମିଳୁଛି ତାହା ଗ୍ରାମରେ ଚାଲିଥିବା ମଶାଣୀ, ତାରିଣୀ ପଡ଼ିଆ, ଅଚ୍ୟୁତ ପଡ଼ିଆ ଓ ସ୍କୁଲ ପଖ ଆଦି କାମ ମେସିନ କରୁଛି l ସରକାରୀ ନୀତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଅଧ ରାତିରେ ଶ୍ରମିକ ବଦଳରେ ମେସିନ ବ୍ୟବହାର କରାଯାଇ କାମ ହେଉଛି । ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସବୁ ନୀତି ନିୟମକୁ ପାଦରେ ଦଳି ମକଚି ଦେଉଛନ୍ତି l ତହସିଲଦାରଙ୍କ ଇଙ୍ଗିତରେ ଏସବୁ କାମ ଚାଲୁଥିବା ପୂର୍ବତନ ସମିତି ସଭ୍ୟ ପ୍ରଦୀପ୍ତ ମଲ୍ଲିକ ଅଭିଯୋଗ କରିଛନ୍ତି l ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ୍ ହୋଇଛନ୍ତି l

ମାତ୍ର ବିଡମ୍ବନାର ବିଷୟ ଏହା ଯେ, ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ମେସିନ ସାହଯ୍ୟରେ କାର୍ଯ୍ୟ କରାଯାଉଛି । ଫଳରେ କାମ ଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନୈରାଶ୍ୟ ଭାବ ପ୍ରକାଶ ପାଇଛି । ଏହି କାର୍ଯ୍ୟରେ ଶ୍ରମିକ ବଦଳରେ ମେସିନ ବ୍ୟବହାର ସମ୍ପର୍କରେ ଶ୍ରମିକ ମାନେ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

Leave A Reply

Your email address will not be published.