ଘରୋଇ ବସ୍ ମାଲିକ ସଂଘର ସଭାପତିଙ୍କ ଶ୍ରାଦ୍ଧ ଦିବସରେ ଅସହାୟ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ମାଲକାନଗିରି, ୭।୬: ମାଲକାନଗିରି, ଜୟପୁର, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଘରୋଇ ବସ ମାଲିକ ସଂଘର ସଭାପତି ସ୍ୱର୍ଗତ ଦୁର୍ଗା ତ୍ରିପାଠିଙ୍କ ଆଜି ଦ୍ବିତୀୟ ଶ୍ରାଦ୍ଧ ଦିବସ ମାଲକାନଗିରି ବସଷ୍ଟାଣ୍ଡ ପରିସରରେ ସଂଘ କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଘରୋଇ ବସ ମାଲିକ ମାନଙ୍କ ସହ ଚାଳକ ଓ କଣ୍ଡକ୍ଟର ଓ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ତ୍ରିପାଠୀଙ୍କ ଫଟୋିତ୍ରରେ ଦୀପ ପ୍ରଜ୍ଜଳନ କରି ସ୍ୱର୍ଗତ ତ୍ରିପାଠିଙ୍କ ସ୍ମୃତିଚାରଣ କରିଥିଲୋ ପରେ ପରେ ଅସହାୟ ଗରୀବ ମହିଳା ପୁରୁଷ ମାନଙ୍କୁ ବସ୍ତ୍ର, ଅନ୍ନଦାନ ସହ ବିଭିନ୍ନ ସାମଗ୍ରୀ ବିତରଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଘରୋଇ ବସ ସଙ୍ଘର ଛବି ଦାସ, ସନ୍ତୋଷ ପାଣିଗ୍ରାହି, ବୁଢା ପୃଷ୍ଟି, ଅଶୋକ ରାଉତ, ସନ୍ତୋଷ ତ୍ରିପାଠୀ, କୁନୁ ଜୈନ, ବୁଦୁ ମାଳି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply

Your email address will not be published.