mobile header

ସ୍ୱାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ରେ ପୋଲିସ ର ଜନ ସମ୍ପର୍କ ଶିବିର

ଚିତ୍ରକୋଣ୍ଡା:-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ସାକୃବନ୍ଧା ଗ୍ରାମ ଠାରେ ଓଡିଶା ପୁଲିସ ତରଫରୁ ଜନ ସମ୍ପର୍କ ଶିବିର ଓ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି l ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦିବେଦି ଙ୍କ ନେତୃତ୍ୱରେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଙ୍କ ଅଧକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଓ ରାଲେଗାଡ଼ା ସରପଞ୍ଚ କମଳୁ ହନ୍ତାଳ ଙ୍କ ଉପସ୍ଥିତିରେ ମାଲକାନଗିରି ଇନସ୍ପେଟର ହିମାଂଶୁ ଭୋଇ,ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ, ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ ପରିଡା ଙ୍କ ଆୟୋଜନ ତଥା ପରିଚାଳନା ରେ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେବା ସହିତ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l

ପୁଲିସ ଉକ୍ତ ଅଭିନଵ ପ୍ରୟାସ କୁ ରାଲେଗଡା଼ ତଥା ଧୂଳିପୁଟ ପଞ୍ଚାୟତ ବାସି ସ୍ୱାଗତ ଜଣାଇବା ସହିତ ସମସ୍ତ ଅତିଥି ମାନଙ୍କୁ ଫୁଲ ତୋଡ଼ା ଏବଂ ଡେମସା ନାଚରେ ସାକୃବନ୍ଧା ଗ୍ରାମକୁ ଦୁଲୁକେଇ ଦେଇଥିଲେ l ପୁଲିସ ପକ୍ଷରୁ ଉପସ୍ଥିତ ଜନସାଧାରଣ ଙ୍କୁ ବିଭିର୍ନ ସାମଗ୍ରୀ ଖେଳ ଉପକରଣ, ବାଦ୍ୟ ଉପକରଣ, ଛତା, ବ୍ୟାଗ, ପାଣି ବଟଲ,ବେଡ଼ସିଟ, ଶାଢ଼ୀ ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯିବା ସହିତ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା l ପୁଲିସ ଉକ୍ତ କାର୍ଯ୍ୟକ୍ରମ ପାଇଁ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.