ଜିଲ୍ଲା ମିଳିତ ଅମଲା ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ

ମାଲକାନଗିରି: ଜିଲ୍ଲା ମିଳିତ ଅମଲା ସଂଘ ଏକ ଦଫା ଦାବି ନେଇ ଜାରି ରହିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ୮ମ ଦିନରେ ପହଂଚିଛି । ଆନ୍ଦୋଳନ ସମୟରେ ମାଲକାନଗରିରେ ସମସ୍ତ ଅମଲା ସମୂହ ଛୁଟିରେ ରହିଛନ୍ତି । ଆଉ ଏହାରି ଭିତରେ ଆନ୍ଦୋଳନ ରତ ଅମଲା ମାନେ ଅନେକ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଏ ଯେମିତି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ପରିସରରେ ସଫେଇ କାର୍ଯ୍ୟ କରିଛନ୍ତି । ଏହା ସହ ସଦର ମହକୁମାରେ ରହିଥିବା ଅନେକ ମନ୍ଦିର ପରିସର ମଧ୍ୟରେ ସଫେଇ କାର୍ଯ୍ୟ କରିବେ ବୋଲି ନିଷ୍ପତି ନେଇଛନ୍ତି । ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ରକ୍ତଦାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୫୫୫ ଟଙ୍କା ପ୍ରଦାନ କରିଛନ୍ତି । ତେବେ ଅମଲାଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦ୍ ଜଣାଉଥିବା ବେଳେ ଅପର ପକ୍ଷରେ ସମୂହ ଛୁଟି କାରଣରୁ ସରକାରୀ କାର୍ଯ୍ୟ ଠପ୍ ହୋଇଯାଇଛି।

Leave A Reply

Your email address will not be published.