ଚିରନିଦ୍ରାରେ ସମାଜସେବୀ ପ୍ରଶାନ୍ତ

କଟକ, (ନୃସିଂହ ଚରଣ ଦାସ): ଚିରନିଦ୍ରାରେ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଚିରନିଦ୍ରାରେ ସମାଜସେବୀ ପ୍ରଶାନ୍ତ ସମାଜସେବୀ ତଥା ଧର୍ମତ୍ମା ବ୍ୟକ୍ତି ପ୍ରଶାନ୍ତ କାନୁନଗୋ । ମଙ୍ଗଳବାର ସକାଳ ସାଢେ ୮ଟା ବେଳେ ତାଙ୍କ ଝିଅ ଘରେ ପରଲୋକ ହୋଇଥିବା ଜଣାପଡିଛି । ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ୮୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଜନ୍ମମାଟି ମାହାଙ୍ଗାର ଚାହାପଡାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସେହିପରି ସମଗ୍ର ମାହାଙ୍ଗାରେ ସ୍ୱର୍ଗତ କାନୁନଗୋ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି । ବିଶେଷକରି ସ୍ୱର୍ଗତ କାନୁନଗୋ ପଢ଼ୁଥିବା ଭଗବତୀ ବିଦ୍ୟାପୀଠ ଶୁକ୍ଲେଶ୍ୱର ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ଛାତ୍ର ଜୀବନରୁ ସ୍ୱର୍ଗତ କାନୁନଗୋ ରାଜନୀତି ସହିତ ଜଡିତ ଲୋକଙ୍କ ସେଵା କରିଥିଲେ । ସେହିପରି ଲୋକଙ୍କ ମନରେ ଧର୍ମୀୟ ଭାବନା ବ୍ୟକ୍ତ ଲାଗି ବହୁ ବର୍ଷ ଧରି ଭାଗବତ ମେଳଣର ସୁପରିଚାଳନା କରିଥିଲେ । ଅନ୍ୟପକ୍ଷରେ ଏକ ଜରାଶ୍ରମ କରି ନିଃସହାୟ ଲୋକଙ୍କୁ ସେଠାରେ ରଖି ସେବା ଓ ଯତ୍ନ ଯୋଗାଇ ଦେଉଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଶୋକବ୍ୟକ୍ତ କରାଯାଇଛି । ପୁରୀ ସୁର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଅନ୍ତିମ ସତ୍କାର ବେଳେ ପରିବାର ସଦସ୍ୟଙ୍କ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.