ସରିଛି ପହିଲି ରଜ: ଉତ୍ସଵ ମୁଖର ଗ୍ରାମାଞ୍ଚଳ

କଟକ, (ନୃସିଂହ ଚରଣ ଦାସ): ଧରଣୀ ସାଜିଛି ରଜସ୍ୱଳା । ଆଗାମୀ ଫସଲ ଲାଗି ଧରା ହେଉଛି ପରିପକ୍ଵ । କୃଷିଭିତ୍ତିକ ପର୍ବ ରଜ ଲାଗି ଗ୍ରାମାଞ୍ଚଳ ହୋଇଛି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି । ଖାଲି ଦୋଳି ନୁହେଁ, ଉଠା ଦୋକାନ ସହିତ ନାଚଗୀତ ଓ ସେଲିବ୍ରଟୀଙ୍କ ଯୋଗଦାନ ଉତ୍ସାହକୁ କରିଛି ଦ୍ୱିଗୁଣିତ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ରଜ ମହୋତ୍ସବ। ମାହାଙ୍ଗା ବ୍ଲକ ଆନନ୍ଦପୁର ପଞ୍ଚାୟତ ଅଳସରା ଗ୍ରାମରେ ସ୍ଥାନୀୟ ଯୁବକଙ୍କ ପ୍ରଚେଷ୍ଟାରେ ବାଉଁଶ, ଗଛ କାଟି ସେଥରେ ଅତ୍ୟାଧୁନି ଜ୍ଞାନ କୌଶଳରେ ଦୋଳି ତିଆରି କରାଯାଇଛି । ଏ ପରମ୍ପରାକୁ ବଜାଇ ରଖିଥିବାରୁ ଯୁବକ, ଯୁବତୀ ଓ ମୁରବିଙ୍କୁ କୃତଜ୍ଞତା ଜଣାଇଛନ୍ତି ଗାଁ ଲୋକେ । ସେହିପରି କୁସୁପୁର, ଗୋତରା, ନାହଙ୍ଗ, ନିଶ୍ଚିନ୍ତକୋଇଲି, ସାଲେପୁରର ନନ୍ଦୋଳଗଡ଼ା, ଧର୍ମାଗତପୁର, ବୋଦାମୁଣ୍ଡାଇ, ପଟୁଆହାଟ, ମାଳ, କିଶୋରନଗର, ଆଠଗଡ, କଟକ ସଦର ,ନିଆଳି, ବାଙ୍କୀ ଅଞ୍ଚଳରେ ରଜପର୍ବ ବେଶ ଧୁମଧାମରେ ପାଳିତ ହେଉଛି ।

Leave A Reply

Your email address will not be published.