ନର ନାରାୟଣ ସେବାଶ୍ରମକୁ ଜିଲ୍ଲାପାଳଙ୍କ ଦ୍ଵାରା ସ୍ଥାୟୀ ପଟ୍ଟା ପ୍ରଦାନ: ସେବାଶ୍ରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ଗ୍ରାମ ଠାରେ ଥିବା ନର ନାରାୟଣ ସେବାଶ୍ରମର ଦୀର୍ଘ ୫୦ ବର୍ଷର ସମସ୍ୟା ଆଜି ଦୂର ହୋଇଯାଇଛି । ଦୀର୍ଘ ବର୍ଷ ଧରି ଉକ୍ତ ସେବା ଆଶ୍ରମର ନିଜସ୍ଵ ସ୍ଥାୟୀ ପଟ୍ଟା ନଥିଲା । ଆଜି ନର ନାରାୟଣ ସେବାଶ୍ରମକୁ ଜିଲ୍ଲାପାଳ ବିଶାଳ ସିଂଙ୍କ ଦ୍ଵାରା ନର ନାରାୟଣ ସେବାଶ୍ରମର ସଭାପତି ଉତ୍ତମ କୁମାର ଓଝାଙ୍କୁ ସେବାଶ୍ରମର ସ୍ଥାୟୀ ପଟ୍ଟା ପ୍ରଦାନ କରିଥିଲେ । ଏହି ଅବସରରେ ସେବାଶ୍ରମର କର୍ମକର୍ତ୍ତା ମାନେ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ମାଲକାନଗିରି ତହସିଲଦାର ସାୟାଦ ସବିର ସା, କାଲିମେଳା ବିଡ଼ିଓ, ଜିଲ୍ଲା ପରିଷଦ ଉପାଧକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ତପନ ସେନା ଓ ନାରାୟଣ ସେବାଶ୍ରମର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଦୀର୍ଘ ଦିନର ପଟ୍ଟା ସମସ୍ୟାଟି ଯେଉଁ ଦିନ ୫-ଟି ସଚିବ ମାଲକାନଗିରି ଗସ୍ତରେ ଆସିଥିଲେ ସେହି ଦିନ ସେବାଶ୍ରମର ସମସ୍ତ କର୍ମକର୍ତ୍ତା ମାନେ ସଚିବଙ୍କୁ ଭେଟି ସମସ୍ତ ସମସ୍ୟା ସଂପର୍କରେ ଜଣାଇଥିଲେ । ୫-ଟି ସଚିବ ଏହି ସମସ୍ୟାର ସମାଧାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆଜି ଏହାର ସମସ୍ୟା ଦୂର ହୋଇପାରିଲା ତେଣୁ ନର ନାରାୟଣ ସେବାଶ୍ରମ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ବିଶାଲ ସିଂଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।