କଟକ, (ନୃସିଂହ ଚରଣ ଦାସ): ଜୁନ ୨୧ ତାରିଖ। ବିଶ୍ଵ ଯୋଗ ଦିବସ । ଏହି ଦିନକୁ ସାରା ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରୁଛି । ଏନେଇ ଚଳିତ ବର୍ଷ ୯ମ ବିଶ୍ଵ ଯୋଗ ଦିବସ ପାଳନ କରାଯାଇଛି। ଏହି ପରିପ୍ରକ୍ଷୀରେ କଟକ ଜିଲ୍ଲାର ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତ କୋଇଲି, ବାଙ୍କୀ, ଆଠଗଡ଼, ନିଆଳି ଓ କଟକ ସଦର ସମେତ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ କରାଯାଇଛି। ବିଶେଷ କରି ଏହି ସବୁ ଅଞ୍ଚଳର ବିଭିନ୍ନ ମେଡ଼ିକାଲରେ ଥିବା ଯୋଗ ଶିକ୍ଷକମାନେ ଏହାକୁ ସମ୍ପାଦନ କରିଥିଲେ । ମାହାଙ୍ଗାର ଗୋତରା ପଡିଆ, ରାଣୀଗୋଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ଯୋଗ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମ ଆୟୁଷ ବିଭାଗ ଦ୍ଵାରା ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସାରେ କରାଯାଇଥିଲା । ଶିବିରରେ ବହୁ ସିବିରାର୍ଥୀ ଯୋଗ ଦେଇ ଯୋଗ ଶିକ୍ଷା କରିଥିଲେ । ଯୋଗ ଶିକ୍ଷକ ମୃତୁଞ୍ଜୟ ନାୟକ, ପ୍ରତାପ ପ୍ରଧାନ, ଶ୍ରୀକାନ୍ତ ବେହେରା, ପ୍ରଫୁଲ୍ଲ ସିଂ ଯୋଗ ଶିକ୍ଷା ଦେଇଥିଲେ । କାର୍ଯ୍ୟକ୍ରମକୁ ସୁକାନ୍ତ ମାଢେଇ, ସୁଜାତା ମାଢେଇ ପରିଚାଳନାରେ ସହଯୋଗ କରିଥିଲେ । ମାହାଙ୍ଗାର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ମଧ୍ୟ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post