ବଡ଼ଦାଣ୍ଡରେ ମହାବାହୁ: ଜୟ ଜଗନ୍ନାଥ ଧ୍ୱନୀ ମଧ୍ୟରେ ରଥଟଣା

ଖୁଣ୍ଟା: ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଅଧିନ ବିଭିନ୍ନ ସ୍ଥାନରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅନୁଷ୍ଟିତ ହୋଇଯାଇଛି । ପୂର୍ବ ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁଯାୟୀ ଖୁଣ୍ଟା ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ବିଶ୍ଵବିଖ୍ୟାତ ପୁରୀ ରଥଯାତ୍ରା ପର ଦିନ ଏଠାରେ ରଥଟଣା ଅନୁଷ୍ଠିତ ହୋଇଥାଏ । ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଦ୍ଵୟ ଅଞ୍ଚଳର ବହୁ ପୁରାତନ କାଳରୁ ହୋଇ ଆସୁଥିବା ଏହି ଘୋଷଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବଡ଼ ଖୁଣ୍ଟା ସ୍ଥିତ ଜଗନ୍ନାଥ ମନ୍ଦିରରେ ୩ ଜୀଉଙ୍କୁ ବିଧିମତେ ପୂଜା ଅର୍ଚ୍ଚନା କରାଯିବା ପରେ ଜୀଉ ମାନଙ୍କୁ ପହଣ୍ଡି ବିଜେ କରାଯାଇ ରଥରୁଢ଼ କରାଯାଇ ଥିଲା । ଅପରାହ୍ନ ରେ ଖୁଣ୍ଟା ହାଇସ୍କୁଲ ସମ୍ମୁଖସ୍ଥିତ ମାଉସୀ ମାଆ ମନ୍ଦିର ଅଭିମୁଖେ ରଥଟଣା ଆରମ୍ଭ ହୋଇଥିଲା । ତେବେ ରଥଟଣା ସମୟରେ ରଥ ଉପରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଫିଙ୍ଗା ଯାଉଥିବା ମିଷ୍ଟାନ ଭୋଗ ଧରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରତିଯୋଗୀତା ସହିତ ଜୟ ଜଗନ୍ନାଥ ଧୂନୀ ପରିବେଶକୁ ବେଶ ରୋମାଞ୍ଚକର ପରିବେଶ ସୃଷ୍ଟି କରିଥିଲା। ସେହିପରି ଅନୁଷ୍ଟିତ ଏହି ପବିତ୍ର ଘୋଷଯାତ୍ରା ଅବସରରେ କପ୍ତିପଦା ଉପଖଣ୍ଡ ଠିକାଦାର ସଂଘ, ଖୁଣ୍ଟା ଶାଖା ପକ୍ଷରୁ ଭକ୍ତଙ୍କ ନିମନ୍ତେ “ଟଙ୍କ ତୋରାଣୀ” ବଣ୍ଟନ କରାଯାଉଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.