ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ; ସମାଧାନ ନହେଲେ ୧୦ରେ ଆନ୍ଦୋଳନ ଚେତାବନୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ଜିଲ୍ଲାପାଳ ବିଶାଲ ସିଂଙ୍କୁ ପ୍ରଦାନ କରିଛନ୍ତି। ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ସମସ୍ୟା ମୁଖ୍ୟତଃ ଜିଲ୍ଲାରେ ରୋଗୀମାନଙ୍କ ଚିକିତ୍ସାର ସମସ୍ୟା, ଜିଲ୍ଲାରେ ଖାଲି ପଡ଼ିଥିବା ୧୭୪ ଟି ଡାକ୍ତର, ସ୍ବାସ୍ଥ୍ୟ ସେବକ, ସେବିକା ପଦବୀ ଖାଲି ପଡ଼ିଛି। ଯୋଦ୍ୱରା କି ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରାଯାଉ ସେହି ପରି ମୁଖ୍ୟ ଡାକ୍ତଖାନାରେ ରକ୍ତ ଭଣ୍ଡାରକୁ ସ୍ଥାନାନ୍ତର କରାଯାଉ ଏବଂ କିଡନୀ ଜନିତ ରୋଗୀ ମାନଙ୍କ ପାଇଁ ଡାଇଲେସିସ ମେସିନ ୨୦ଟି ବଦଳରେ ୬ ଗୋଟି ମେସିନ ରହିଛି। ଜଣେ କେବଳ ଟେକ୍ନିଶିଆନ ମାତ୍ର ରହି ଅଛି ତେଣୁ ୨୦ଟି ମେସିନ ସହ ଟେକ୍ନିସିଆନ ପଦବୀ ପୂରଣ କରାଯାଉ । ଏହି ସମସ୍ୟା ଗୁଡ଼ିକର ସମାଧାନ ଆଗାମୀ ଜୁଲାଇ ୯ ତାରିଖ ସୁଦ୍ଧା ସମାଧାନ ନ ହେଲେ ୧୦ରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଏହି ଅବସରରେ ଜି ଶ୍ରୀନିବାସ ରାଓ, କେଶୁ ରାଓ, ପଦ୍ମ ପାଙ୍ଗି, ପ୍ରାଣ କୃଷ୍ଣ ମଣ୍ଡଳ, ପର୍ଶୁରାମ ଭକ୍ତ, ଇସାକ୍ ଖୋସଲା, କୃଷ୍ଣ ଚନ୍ଦ୍ର ଅନୁଗୁ, ଭିମା ୱାରର୍ସେ ପ୍ରମୁଖ କଂଗ୍ରେସ ନେତୃ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.