ମାଲକାନଗିରି: ମାଲକାନଗିରିରେ ପହଞ୍ଚିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦିୟ ପ୍ରତିରକ୍ଷା କମିଟି ଅଧକ୍ଷ ଜୁଏଲ ଓରାମ । ମାଲକାନଗିରି ରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ମାଥିଲି ଠାରେ ସ୍ୱାଗତ କରା ହୋଇଥିଲା । ଏହାପରେ ପଦ୍ମଗିରି ଠାରେ କେନ୍ଦ୍ରରେ ମୋଦି ସରକାର ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ବିଶାଳ ଜନ ସମାବେଶରେ ଯୋଗଦାନ କରିଥିଲେ । ପଦ୍ମଗିରି ଠାରେ ଶ୍ରୀ ଓରାମଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ଢେମସା ନୃତ୍ୟରେ ତାଙ୍କୁ ସ୍ବାଗତ ହୋଇଥିଲା । ଏବଂ ପଦ୍ମଗିରି ଠାରେ ଜନ ସମାବେଶ ପରେ ହୋଇଥିବା ବୈଠକରେ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନ କରିବା ସହ କିଭଳି ଏହି ସୁବିଧା ଲୋକେ ପାଇପାରିବେ ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ଥିବା ଯୋଜନା ତଥା ଆବାସ ଯୋଜନା, ମାଗଣା ଚାଉଳ ଭଳି ଅନେକ ଯୋଜନାକୁ ନିଜ ନାରେ କହି ରାଜ୍ୟ ସରକାର ବାହା ବାହା ନେଉଥିବା ସହ ମାଲକାନଗିରିରେ ରେଳ ରାସ୍ତା ପାଇଁ ରାଜ୍ୟ ସରକାର ଜମି ଚିହ୍ନଟ କରି ପାରୁନାହାନ୍ତି ଭଳି ଅନେକ ତ୍ରୁଟି ସମ୍ବନ୍ଧରେ ପ୍ରକାଶ କରିଥିଲେ । କୋଭିଡ ସଂକଟରୁ ମଧ୍ୟ କିପରି ଦେଶରେ ମୁକାବିଲା କରି ଭାରତ ଇତିହାସ ରଚିଥିଲା, ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ମଧ୍ୟ ଦେଶ ଅଗ୍ରଣୀ ଲାଭ କରିଛି। ଇତ୍ୟାଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବ କଲ୍ୟାଣ ଯୋଜନା ସଂପର୍କରେ ବିଜେପି ନେତ୍ରୁ ବର୍ଗ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ନିମାଇ ଚନ୍ଦ୍ର ପାଲ,ବିଧାୟକ ଆଦିତ୍ୟ ମାଡ଼ି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ସାଂସଦ ବଳ ଭଦ୍ର ମାଝୀ, ମାଣିକ ଲାଲ ଚକ୍ରବର୍ତ୍ତୀ, ନବଘନ ଲୋକେଈ, ସଞ୍ଜୟ ସରକାର, ନିରଞ୍ଜନ ହାଲଦର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପୋଡିଆମୀ ପ୍ରମୁଖ ବିଜେପି ନେତ୍ରୁ ବର୍ଗ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.