mobile header

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ନେଇଗଲେ ସୁନା ଅଳଙ୍କାର ଓ ନଗଦ ଟଙ୍କା

ଚଣ୍ଡିଖୋଲ ୨୬।୦୪ : ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଭାକୁଡ ଗାଁର ସଚିତ୍ର କୁମାର ରାଉତଙ୍କ ଘରେ ଚୋରି ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଅତ୍ୟଧିକ ଗରମ ଲାଗି ସଚିତ୍ର ଓ ତାଙ୍କ ସ୍ତ୍ରୀ ଅନ୍ୟ ଏକ ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ଲକ୍‌ କରି ଅନ୍ୟ ଘରେ ପଶି ସୁନା ଅଳଙ୍କାର ଓ ସହ ନଗଦ ଟଙ୍କା ଓ କାଗଜପତ୍ର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମଙ୍ଗଳବାର ସକାଳ ସମୟରେ ସ୍କୁଲ ଯିବାକୁ ବାହାରିବା ବେଳେ ଘରର ବାହାର ପଟୁ ତାଲା ପଡିଥିବା ଦେଖି ପଡୋଶୀଙ୍କ ସହାୟତାରେ କବାଟ ଖୋଲିଥିଲେ ।ଘରୁ ଚୋରି ହୋଇଥିବା ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.