ମାଲକାନଗିରି: ୧୦୮ କର୍ମଚାରୀଙ୍କ ରହିବା ନିମନ୍ତେ ତାଙ୍କ ବେସ୍ କେମ୍ପ୍ “କୁନ୍ତୁରୁ ପଦର” ଓ “ଓରା ପଦର”ରେ ଘରଟିଏ ନାହିଁ, ସେମାନେ ଏକ ପରିତ୍ୟକ୍ତ ଘରେ ରହୁଛନ୍ତି l ସେହି ଘରେ ବିଜୁଳିର ବ୍ୟବସ୍ଥା ନାହିଁ l ଗତ ୦୪ ଜୁନ୍ ୨୦୨୩ରେ ଏହାର ଟିଣଛତ ମଧ୍ୟ ଉଡିଗଲା, ଏଣୁ ସେଠାର ଛାତ ମରାମତି, ବିଜୁଳି, ବଲ୍ବ୍, ପଙ୍ଖା ପ୍ରଭୁତିର ବ୍ୟବସ୍ଥା କରାଯାଉ l ବର୍ଷା ସମୟରେ ଯାତାୟତ ବେଳେ ରୋଗୀ, ସହଯୋଗୀ ଓ କର୍ମଚାରୀ ସମ୍ପୁର୍ଣ୍ଣ ଭିଜି (ଓଦା) ହୋଇ ଯାଉଛନ୍ତି l ଫଳରେ ରୋଗୀ ଅଧିକ ଗମ୍ଭିର ହୋଇ ପଡୁଛନ୍ତି l ଏଣୁ ବୋଟ୍ ଟିକୁ ବର୍ଷା ପ୍ରତିରୋଧ କରିବା ସହ କର୍ମଚାରୀଙ୍କୁ ବର୍ଷା ପ୍ରତିରୋଧ ବସ୍ତ୍ର ପ୍ରଦାନ କରାଯାଉ l ଜଳଭଣ୍ଡାରରେ ପବନର ଶୀତଳ ଗତି ବର୍ଷ ସାରା ସବୁବେଳେ ରହୁଛି l ଶୀତ ଦିନମାନଙ୍କରେ ଶୀତର ପ୍ରକୋପରୁ ରକ୍ଷା ନିମନ୍ତେ ରୋଗୀ ଓ କର୍ମଚାରୀଙ୍କୁ ଶୀତବ ସ୍ତ୍ର, କମ୍ବଳ (ଅତି କମ୍ରେ ୬ଟି) ଦିଆଯାଉ l ନେଟ୍ୱାର୍କ୍ ସବୁବେଳେ ସମାନ ନଥାଏ ଏଣୁ ୱାର୍ଲେସ୍ କମ୍ୟୁନିକେସନର ବ୍ୟବସ୍ଥା କଲେ ଅତ୍ୟାବଶ୍ୟକ ସମୟରେ ସହଜରେ ସମ୍ପର୍କ ସ୍ଥାପନ କରି ରୋଗୀଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇ ପାରିବ ସିଗନାଲର କ୍ଷମତା ବୃଦ୍ଧି କଲେ କୁଳରୁ ଦୁରରେ ଥିବା ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବା ସୁଚନା ମିଳିପାରିବ ଓ ସମୟର ସ୍ୱଳ୍ପ ବିନିଯୋଗରେ ରୋଗୀଙ୍କୁ ସହଜରେ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ପାରିବ l ବୋଟରେ ଥିବା ବ୍ୟାଟେରି ଅନେକ ସମୟରେ ଚାର୍ଜ୍ ରହୁନାହିଁ, ଏଣୁ ସୋଲାର ପେନାଲ୍ ଟିଏ ବ୍ୟବସ୍ଥା କଲେ ସୂର୍ଯ୍ୟ କିରଣରେ ବ୍ୟାଟେରୀ ଚାର୍ଜ୍ ହେବ ଓ ବୋଟ୍ ଷ୍ଟାର୍ଟ୍ କରିବା ସହ ଚଲାଇବାରେ ସହଜ ହେବ l ଜଳଭଣ୍ଡାରରେ ଅନେକ ଗଛର ଖୁଣ୍ଟ ପାଣି ଭିତରେ ବୁଡି ରହିଛି , ବୋଟ୍ ଚଳାଇବା ସମୟରେ ପାଣି ଭିତରେ ନଦେଖାଯିବା ଯୋଗୁଁ ବହୁ ସମୟରେ ବୋଟ୍ ଚଳାଚଳରେ ଅସୁବିଧା ହେଉଛି l ଏଣୁ ବୋଟ୍ର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ରାସ୍ତା ଦେଖାଇବା ନିମନ୍ତେ ବସାଇବକୁ ପଡୁଛି l ଏଣୁ ବୋଟ୍ ଚାଳକଙ୍କ ସ୍ଥାନ ଓ ଷ୍ଟେରିଂକୁ ଉଚ୍ଚସ୍ଥାନରେ ରଖିବା ବ୍ୟବସ୍ଥା କଲେ ବୋଟ୍ ଆମ୍ବୁଲାନ୍ସ ଚଳାଇବାରେ ସହଜତା ହେବ l ଅନେକ ସମୟରେ ଚିତ୍ରକୋଣ୍ଡା ପହଞ୍ଚିବା ବେଳେ ରାତ୍ର ହୋଇଯାଉଛି l ସର୍ଚ୍ଚ ଲାଇଟ୍ ବିଶେଷ ଉଜ୍ଜ୍ୱଳ ନଥିବାରୁ ଅନେକ ସମୟରେ ବୋଟର ଗତିକୁ ଅତି ଧିର କରିବାକୁ ପଡୁଛି l ଏଣୁ ଉଚ୍ଚ କ୍ଷମତା ଯୁକ୍ତ ସର୍ଚ୍ଚ ଲାଇଟ୍ (ଟର୍ଚ୍ଚ୍) ପ୍ରଦାନ କରାଯାଉ l ଚିନ୍ତୁରୁ ପଦରର ସେହି ଅସ୍ଥାୟୀ ଘରଟି ଗତ ୪ ଜୁନ୍ ୨୦୨୩ରେ ଆଜ୍ବେଷ୍ଟଜ୍ ଛାତଟି ସମ୍ପୁର୍ଣ୍ଣ ନଷ୍ଠ ହୋଇଯାଇଛି, ବର୍ତ୍ତମାନ ରୋଗୀଙ୍କ ସୂଚନା ପାଇବା ପରେ ବୋଟ୍ ଆମ୍ବୁଲାନ୍ସ୍ ଚିତ୍ରକୋଣ୍ଡାରୁ ବାହରି ରୋଗୀଙ୍କୁ ଆଣିବାକୁ ଯାଉଅଛି l ଯାହା ଫଳରେ ଏହି ବୋଟ୍ ଆମ୍ବୁଲାନ୍ସ ସେବ ଆହୁରି ବିଳମ୍ବ ହୋଇପଡୁଛି l ଓଡିଶାର ବୋଟ୍ ଆମ୍ବୁଲାନ୍ସ ଚାଲିଥିବା ୪ ଜିଲ୍ଲାରୁ ମାଲକାନଗିରି ଜିଲ୍ଲାରେରେ ଏହାର ଆବଶ୍ୟକତା ଅନେକ ରହିଛି l ଦୁଇଟି ୧୦୮ ଆମ୍ବୁଲାନ୍ସ୍ ଆମ ଉପାନ୍ତ ଅଞ୍ଚଳର ୧୦+୨୭ କେନ୍ଦ୍ରରୁ ସହଜରେ ରୋଗୀଙ୍କୁ ଚିତ୍ରକୋଣ୍ଡା ଆଣି ପ୍ରତି ବର୍ଷ ହଜାରରୁ ଅଧିକ ରୋଗୀଙ୍କୁ ଆରୋଗ୍ୟତା ଦେବାରେ ସହଯୋଗ କରୁଛି ଓଡିଶାର ୪ ଜିଲ୍ଲାରୁ ମାଲକାନଗିରିରେ ଏହାର ଆବଶ୍ୟକତା ଅନେକ ରହିଛି l ୩୭ କେନ୍ଦ୍ରରୁ ସହଜରେ ରୋଗୀଙ୍କୁ ଚିତ୍ରକୋଣ୍ଡା ଆଣି ପ୍ରତି ବର୍ଷ ହଜାରରୁ ଅଧିକ ରୋଗୀଙ୍କୁ ଆରୋଗ୍ୟତା ଦେବା ସହ ସେମାନଙ୍କ ଅମୁଲ୍ୟ ଜୀବନ ବଞ୍ଚାଇବାରେ ଯେଉଁ ପଦକ୍ଷେପ ୧୦୮ ବୋଟ୍ ଆମ୍ବୁଲାନ୍ସ୍ ଗ୍ରହଣ କରିଛି ତାହ ସବୁବେଳେ ସ୍ୱାଗତଯୋଗ୍ୟ ରହିଛି l ନିଜର ପରିବାର ଠାରୁ ଦୂରରେ ରହି ନିସ୍ୱାର୍ଥପର ସେବା ଦ୍ୱାରା ରୋଗୀ ଓ ସେମାନଙ୍କ ପରିବାରକୁ ଯେଉଁ ଆନନ୍ଦ ପ୍ରଦାନ କରିବାରେ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ଗ୍ରହଣ କରିଛନ୍ତି ସେଥି ନିମନ୍ତେ ଆମେ ସର୍ବଦା ରୁଣି ରହିବୁ l ସେମାନଙ୍କ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ନିମନ୍ତେ ଉପର ଲିଖିତ ଉପକରଣର ଆବଶ୍ୟକତା ପୂରଣ କଲେ ଆଉ ଅନେକ ରୋଗୀ ଏହି ସେବାର ଲାଭ ଉଠାଇ ପାଇପାରିବେ l ଏ ବିଷୟରେ ଏକ ପତ୍ର “ଶ୍ରୀ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଆଦିବାସୀ ଓ ଜଳ ଶକ୍ତି’ ଙ୍କୁ ଖଇରପୁଟ ଠାରେ ଦିଆଯାଇଛି l ସେ ଏଥିପ୍ରତି ଅତି ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post