୫-ଟି ଅଧୀନରେ ଥାଇ ଏପରି କାର୍ଯ୍ୟକୁ ନେଇ ୫-ଟିର ସ୍ଵଛତା ଓ ଅନୁଶାସନକୁ ନେଇ ଉଠୁଛି ପ୍ରଶ୍ନ ?
ମାଲକାନଗିରି: ମାଲକାନଗିରି କାଲିମେଳା ପୋଲିସର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ସହ ଲୋକେ ଯେପରି ପୋଲିସକୁ ଭୟ ନ କରି ପୋଲିସ ଉପରେ ବିଶ୍ୱାସ କରିବେ ସେଥିପାଇଁ ରାଜ୍ୟ ସରକାର ପୋଲିସ ବିଭାଗକୁ ୫-ଟି ଅଧୀନକୁ ନେଇଥିଲେ । ତେବେ ପୋଲିସ ନିକଟକୁ ଆସୁଥିବା ଲୋକେ ଯେପରି ଉତ୍ତମ ବ୍ୟବହାର ପାଇବେ ଓ ନ୍ୟାୟ ପାଇବା ଦିଗରେ ପୋଲିସ ଲୋକଙ୍କୁ ସହାୟତା କରିବ ସେ ଦିଗରେ ପୋଲିସ କର୍ମଚାରୀ କାର୍ଯ୍ୟ କରିବାକୁ ୫-ଟିରେ ନିୟମ କରିଥିବା ବେଳେ ବର୍ତ୍ତମାନ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲାରେ । ଯେଉଁଠି ପୋଲିସର ଲାଠି ମାଡ଼ରେ ଜଣେ ଯୁବକ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛି । ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳାରେ ଗତକାଲି ଜୈନକ ଯୁବକ ମୋହନ ଗାଇନ ମାଲକାନଗିରିରୁ ନିଜ ଗ୍ରାମ ଏମ.ଭି. ୮୦କୁ ଫେରିବା ସମୟରେ କାଲିମେଳା ପୋଲିସ ପକ୍ଷରୁ ହାଟପଦା ନିକଟରେ ଯାନବାହାନ ଯାଞ୍ଚ ସମୟରେ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକଙ୍କ ଗାଡିର ବେଗ ଅଧିକ ଥିବାରୁ ଯୁବକ ଜଣକ ଆଗକୁ ଯାଇ ଗାଡି ରଖିବାକୁ ଚେଷ୍ଟା କରୁଥିବା ସମୟରେ ଯାଞ୍ଚ ପୋଷ୍ଟରେ ଡିୟୁଟି ରତ କିଛି ପୋଲିସ କର୍ମଚାରୀଙ୍କ ଲାଠି ପାହାରରେ ଆଘାତ ପାଇଁ ସେହି ସ୍ଥାନରେ ପଡିଯାଇ ନିଶ୍ଚେତ ହୋଇଥିଲେ । ନିଜର ହୋସ ଆସିଲା ବେଳକୁ ଯୁବକ ଜଣକ ନିଜକୁ କାଲିମେଳା ମେଡିକାଲରେ ଥିବା ଜାଣିପାରିଥିଲେ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆ ଯାଇଥିବା ସୂଚନା ମିଳିଛି । ପୋଲିସର ଏପରି ଅମାନବୀୟ କାର୍ଯ୍ୟକୁ ନେଇ ସଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏହାସହ ରାଜ୍ୟ ସରକାର ୫-ଟି ର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଉପରେ ମଧ୍ୟ ପୋଲିସ କର୍ମଚାରୀଙ୍କ ଏପରି କାର୍ଯ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Sign in
Sign in
Recover your password.
A password will be e-mailed to you.
Prev Post