ଶୁଭାରମ୍ଭ ହେଲା କ୍ଷୁଧା/ଦାରିଦ୍ର୍ୟ ମୁକ୍ତ ଏବଂ ପଞ୍ଚାୟତ ସମ୍ବଳକୁ ସଠିକ ବିନିଯୋଗ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି: ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଏବଂ ମାଲକାନଗିରି ଜିଲ୍ଲାର ଵିଭିର୍ନ ବ୍ଲକ୍ ରେ ଆଜି ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତସ୍ତରରେ ଲୋକଙ୍କ ସହିତ ମିଶି କାମ କରୁଥିବା ଆଗଧାଡିର କର୍ମ କର୍ତ୍ତା ଏବଂ ଜନ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ବିଭାଗର କିଛି ଅଧିକାରୀ ତାଲିମ ଦେଇଥିଲେ।

ଯେଉଁଥିରେ ମୁଖ୍ୟତ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ପ୍ରକାରର ଯୋଜନାର ସହାୟତା ସାଧାରଣରୁ ଅତିସାଧାରଣ ଜନତାଙ୍କ ପାଖରେ କିପରି ପହଁଚି ପାରିବ ତା ସହିତ ଏକ ସୁଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ, ଏହି ଉଦ୍ଧେଶ୍ୟରେ ସମସ୍ତଙ୍କୁ ଅବଗତି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କ୍ରମେ ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁଙ୍କ ସମେତ ସହଯୋଗୀ ପ୍ରକଳ୍ପ ଅଧିକାରୀ ଶ୍ରୀ ମାନସ ମିଶ୍ରଙ୍କ ସହିତ ତାଲିମ ଦାତା ରୁପେ ହିମାଂଶୁ ମହାରଣା, ବାଲାଜୀ ପଟନାୟକ, ବିକ୍ରମ ଧଳ, ମନସ୍ବି ସେଠୀ, ସୁଜାତା ଵିଶ୍ଵାସ ଉପସ୍ଥିତି ରହି ପ୍ରଦୀପ ପ୍ରଜ୍ୱଳନ ପୁର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଈଁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଏବଂ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.