ମାଲକାନଗିରି: ମାଲକାନଗିରି ସଦର ବ୍ଲକ ପଦ୍ମଗିରି ଜ଼ିଲ୍ଲା ପରିଷଦ ଜୋନ୍ ୧୩ ପଦ୍ମଗିରି ପଞ୍ଚାୟତର ୬ଟି ବୁଥର ପ୍ରତେକ ୱାର୍ଡ଼ରେ ପହଞ୍ଚି ଗ୍ରାଉଣ୍ଡ ଜ଼ିରୋରୁ ବୁଥ ଓ ୱାର୍ଡ଼ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତେ ସଙ୍କଳ୍ପବଦ୍ଧ ହୋଇଛନ୍ତି। ଆଜିର ବୈଠକରେ ଓଡ଼ିଶା ଗ୍ରାମାଞ୍ଚଳରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡିଶା’। ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ସହ ଏହି ଯୋଜନା ଗ୍ରାମାଞ୍ଚଳ ବିକାଶକୁ ନୂଆ ଦିଗ ପ୍ରଦାନ କରିବ । ମାଲକାନଗିରିର ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମି, ପୁର୍ବତନ ସରପଞ୍ଚ ଲକ୍ଷ୍ମଣ ନାୟକ, ଜ଼ିଲ୍ଲା ଆଦିବାସି ସଭାପତି ଘୋନଶ୍ୟାମ ମାଡକାମି, ମାଲକାନଗିରି ବ୍ଲକ ଅଧ୍ୟଷା ଶ୍ରୀମତି ଗୌରି ପଡିଆମି, ପଦ୍ମଗିରି ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତି କୁନି ଭୂମିଆ, ବିଜୁ ମହିଳା ଜନତା ଦଳ ଜୋନାଲ ସଭାନେତ୍ରୀ ତଥା ସମିତି ସଭ୍ୟା ଶ୍ରୀମତି ସୁକାନ୍ତି ବୁରୁଦା, ପଦ୍ମଗିରି ଜ଼ିଲ୍ଲା ପରିଷଦ ଜୋନ ସଂଯୋଜୋକ ଗୋପି ପାଙ୍ଗି, ପଦ୍ମଗିରି ସରପଞ୍ଚ ସୁନାଧର ମାଡକାମି, ଉଡୁପା ସରପଞ୍ଚ ଗଙ୍ଗା ମାଡକାମି, ପୁର୍ବତନ ବ୍ଲକ ଅଧ୍ୟଷ ଅଖୋୟ ନାୟକ, ମାଲକାନଗିରି ବ୍ଲକ ସିଭାପତି ବିବାଂଶୁ ସାମଲ, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ୱର ପୋଟଲା, ଜ଼ିଲ୍ଲା ଛାତ୍ର ସଭାପତି ତାପସ ରୋଞ୍ଜନ ନାୟକ, ବରିଷ୍ଠ କର୍ମୀ ଫୋଣିଭୁଷଣ ରାୟ, ଯୁବ ନେତା ତଥା ପୂର୍ବତନ କାଉନସିଲର, ଶୁକଦେବ ବୈରାଗୀ, କେ.ରାହୁଲ, ବି.ବିଭୁତି ଭୂଷଣଙ୍କ ସହ ସମସ୍ତ ୱାର୍ଡ଼ ମେମ୍ବର ସମସ୍ତ ବୁଥ କମିଟି ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post