ମାଲକାନଗିରି ପୌର ପରିଷଦର ଅଚଳ ହୋଇପଡ଼ିଛି ଅଳିଆ ବୁହା ଗାଡ଼ି, ସାହି ସାହିରେ ଅଳିଆ କୁଢ଼ କୁଢ଼

ସ୍ୱଚ୍ଛ ଭାରତ ଅଭିଯାନ ଫେଲ୍

ମାଲକାନଗିରି: ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ ସ୍ୱଚ୍ଚ ଭାରତ ଅଭିଯାନ ମାଧ୍ୟମର ସହରର ପରିବେଶ, ସ୍ୱଚ୍ଛ, ସଫା ରଖିବା, ସରସ ସୁନ୍ଦର ରଖିବା ପାଇଁ ବିଭିନ୍ନ ଯୋଜନାର ପରିକଳ୍ପନା କରାଯାଇଛି ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ସମ୍ପୂର୍ଣ ଫେଲ ମାରିଛି । ମାଲକାନଗିରି ପୌର ପରିଷଦରେ ୧୯ଟି ୱାର୍ଡ ରହିଛି। ହାତ ଗଣତି କେତେଟା ୱାର୍ଡରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମସ୍ତ ୱାର୍ଡରେ ନାଳ, ଡ୍ରେନ ଗୁଡ଼ିକ ଠିକ୍ ଭାବରେ ସଫା କରାଯାଉନାହିଁ, ରାସ୍ତା ନିକଟରେ କୁଢ଼ କୁଢ଼ ଅଳିଆ ଗଦା ଦେଖିବାକୁ ମିଳିଛି। ବର୍ଷା ଦିନରେ ଡ୍ରେନ ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି ଏବଂ ମାଲକାନଗିରି ସହରକୁ ସ୍ୱଚ୍ଛ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ଯାଇଥିଲା ବ୍ୟାଟେରୀ ଚାଳିତ ଗାଡି ଠିକ ସମୟରେ ସହରର ସମସ୍ତ ୱାର୍ଡ ଗୁଡ଼ିକ ବୁଲି ଅଳିଆ ମଧ୍ୟ ନେଉଥିଲା। ମୋଟ ୨୦ଟି ଗାଡ଼ି ପୈାର ପରିଷଦ ଅଧୀନରେ ରହିଥିବା ବେଳେ, ସେଥିମଧ୍ୟରୁ ୧୪ଟି ଗାଡ଼ି ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। ମୋଟ ୪୦ ଜଣ ମହିଳା ୨୦ଟି ବ୍ୟାଟେରୀ ଚଳିତ ଗାଡିରେ ନିଯୁକ୍ତି ପାଇବା ଯୋଗୁ, ରୋଜଗାର କ୍ଷମ ହୋଇପାରିଥିଲେ। କିନ୍ତୁ ଏବେ କୁଲି ମଜୁରିଆ କରି ପେଟ ପାଟଣା କରୁଥିବା ଜଣାପଡିଛି।

୨୦୨୧ ମସିହାରେ ୩୦ଲକ୍ଷ ଟଙ୍କା ବ୍ୟୟରେ ଏହି ସମସ୍ତ ଗାଡ଼ି ଗୁଡ଼ିକ କିଣାଯାଇଥିବା ବେଳେ। ଏବେ ତାହା ବସଷ୍ଟାଣ୍ଡ ନିକଟରେ ଖତଖାଉଛି। ମହିଳାଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଏହାର ପରିଚାଳନା ଦାୟିତ୍ଵ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକ ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ଏମ୍‌ସିସି ସେଣ୍ଟରକୁ ନେଉଥିଲେ। ପ୍ରତ୍ୟେକ ଗାଡ଼ି ଦାୟିତ୍ବରେ ୨ଜଣ ମହିଳା ରହିଥିଲେ । ତେବେ ଗାଡ଼ି ଗୁଡ଼ିକ ଖରାପ ହେବା ପରେ ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ୬ଟି ଗାଡ଼ି ଉପରେ ସଂପୂର୍ଣ୍ଣ ସହରର ଆବର୍ଜନା ଉଠାଇବା ଅସମ୍ଭବ ହୋଇପଡ଼ିଛି। ଯାହା ଫଳରେ ବିଭିନ୍ନ ଯାଗାରେ ଅଳିଆ ପଡ଼ି ରହିଥିବା ଦେଖିବାକୁ ମିଳେ। ୬ମାସ ଧରି ଖରାପ ହୋଇ ପଡି ରହିଥିଲେ ମଧ୍ଯ ଗାଡି ଗୁଡିକୁ ମରାମତି କରାଯାଉନାହିଁ। ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ।

ତେବେ ଏ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କୁ ପଚାରିବାରୁ, ଗାଡି ଗୁଡିକ ମରାମତି ପାଇଁ ପୌର ପାଳିକା ଓ ମାଥିଲି ଆଇଟିଆଇ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯେଉଁ ଗାଡି ଖରାପ ହବ ସେହି ସବୁ ଗାଡି ଗୁଡିକୁ ମାଥିଲି ଆଇଟିଆଇ ଟ୍ରେନିଙ୍ଗ ପିଲା ମରାମତି କରିବେ କହିଛନ୍ତି ।

ଖରାପ ହୋଇ ପଡି ରହିଥିବା ଲକ୍ଷଲକ୍ଷ ଟଙ୍କାର ଅଳିଆ ବୁହା ଗାଡିଗୁଡିକୁ କେବେ ମରାମତି କରିବ ପୌର ପାଳିକା ଆଉ କେବେ ଉଠିବ ସହରର ଅଳିଆ ତାହାହିଁ ଦେଖିବାକୁ ବାକି ।

Leave A Reply

Your email address will not be published.