ବାଲିସାଗର ବନ୍ଧର ହେବ ପୁନରୁଦ୍ଧାର

ବନ୍ଧର ପୁନରୁଦ୍ଧାର ପାଇଁ ମଞ୍ଜୁର ହେଲା ୪ କୋଟି ୧୧ ଲକ୍ଷ

ମାଲକାନଗିରି, ୧୩/୦୭/୨୩: ଆମ ପୋଖରୀ ଯୋଜନାରେ ମାଲକାନଗିରି ଜିଲ୍ଲାର ବାଲିସାଗର ବନ୍ଧର ପୁନଃଉଦ୍ଧାର ହେବ। ଏଥି ନିମନ୍ତେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ୪ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ବାରା ୩୮.୨୨ ଏକର ପରିବ୍ୟାପ୍ତ ବିରାଟ ବାଲିସାଗର ଜଳାଶୟ ପୁନରୁଦ୍ଧାର ହେବା ସହ ଏହାର ସୌନ୍ଦର୍ଯ୍ୟକରଣ ହେବ ଏବଂ ମାଲକାନଗିରି ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ । ସୂଚନା ଥାଉ କି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା “ଆମ ପୋଖରୀ” ଫ୍ଲାଗସିପ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଖାଲି ପଡ଼ିଥିବା ଜଳାଶୟକୁ ପୁନଃ ବ୍ୟବହାର କରାଯିବା ଲକ୍ଷ୍ୟରେ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆମ ପୋଖରୀ ଯୋଜନାର ପରିକଳ୍ପନା କରାଯାଇଥିଲା।

Leave A Reply

Your email address will not be published.