ମାଲକାନଗିରି: ସରକାରଙ୍କ ବିଭିନ୍ନ ଯୋଜନା ଜନ ସାଧାରଣ କିପରି ଉପକୃତ ହେବେ ପ୍ରଣୟନ କରୁଛନ୍ତି ସତ ଏବଂ ଦୁର୍ବିପାକ ଜନିତ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସରକାର ହିତାଧିକାରୀଙ୍କୁ ବିଭିନ୍ନ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଥାନ୍ତି । କିଛି ଅସାଧୁ ମଧ୍ୟସ୍ଥି ମାନେ ରହି ସରକାରଙ୍କ ଅନୁକମ୍ପା ସହାୟତା ରାଶି ନିରୀହ ହିତାଧିକାରୀ ଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି। ଏପରି ଏକ ଘଟଣା ମାଲକାନଗିରି ସଦର ପରଜାଗୁଡା ସାହିର ବିଧବା ମହିଳା ଧନମଣି ଗଣ୍ଡ ହିତାଧିକାରୀ ସରକାରଙ୍କ ଠାରୁ ପାଇଥିବା ଅନୁକମ୍ପା ମୂଳକ ସହାୟତା ଟଙ୍କା ତାଙ୍କର ଜଣେ ସମ୍ପର୍କୀୟ ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ପରେ ଏହି ଅଭିଯୋଗକୁ ନେଇ ମାଲକାନଗିରି ଥାନାରେ ଏତଲା ଦେଥିବାର ଧନମଣି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଜାନୁଆରୀ ମାସରେ ତାଙ୍କ ସ୍ଵାମୀ ରାମଗଣ୍ଡ ପରଜା ଗୁଡା ସାହିରେ ଥିବା ବନ୍ଦରେ ବୁଡି ମୃତ୍ୟୁ ଘଟିଥିଲା ସରକାରଙ୍କ ନିୟମ ମୁତାବକ ୪ ଲକ୍ଷ ଟଙ୍କା ସରକାରଙ୍କ ଅନୁକମ୍ପା ମୂଳକ ସହାୟତା ଟଙ୍କା ହିତାଧିକାରୀ ଧନମଣି ଗଣ୍ଡଙ୍କ ପାସ ବୁକ୍ ଆକାଉଣ୍ଟରେ ଜମା ହୋଇଥିଲା । ଧନମଣିଙ୍କ ସମ୍ପର୍କୀୟ କୁଶ ବାଘ ନାମକ ବ୍ୟକ୍ତି ମିଥ୍ୟାରେ ଅଫିସ କାର୍ଯ୍ୟରେ ଦେବାକୁ ପଡ଼ିବ କହି ୨ ଲକ୍ଷ ୧୦ ହଜାର ଟଙ୍କା ହଡ଼ପ କରିଥିବାର ଧନମଣି ଅଭିଯୋଗ କରିଛି। ଧନମଣି ଏହି ଅଭିଯୋଗକୁ ନେଇ ମାଲକାନଗିରି ଥାନାରେ ଦ୍ବାରସ୍ଥ ହୋଇଥିବାର ପ୍ରକାଶ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କଲେ ଏହି ଘଟଣା ପଛରେ କିଏ କିଏ ରହିଛନ୍ତି ତାହା ପର୍ଦାଫାଶ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Next Post