ଚିତ୍ରକୋଣ୍ଡା: ଗତ ତିନଦିନ ଧରି ମାଲକାନଗରିରେ ଲଗାଣ ବର୍ଷା ଲାଗରହିଛି। ନଦୀ, ନାଳ, ପୋଖରୀ, ଗାଡିଆ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି। ଏହି ଲଗାଣ ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ଠାରୁ ସ୍ବାଭିମାନ ଅଞ୍ଚଳ ବିଛିନ୍ନ ହୋଇଛି। ସ୍ବାଭିମାନ ଅଞ୍ଚଳ ଅଣ୍ଡରାପାଲି ପଞ୍ଚାୟାତର ଗୋରାସେତୁ ପୋଲ ଉପରେ ତିନି ଚାରି ଫୁଟର ପାଣି ଯାଉଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୋଲ ଉପରେ ପାଣି ଯାଉଥିବା ଦ୍ଵାରା ଚିତ୍ରକୋଣ୍ଡା, ମାଲକାନାଗିରିକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଦୁଇ ପାର୍ଶ୍ୱରେ ଲୋକେ ଅଟକି ରହିଛନ୍ତି। ଯାହାଦ୍ୱାରା ଅଣ୍ଡରାପାଲି, ପଣସପୁଟ, ଯନ୍ତ୍ରୀ ଏହି ତିନୋଟି ପଞ୍ଚାୟତ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଛି।
Sign in
Sign in
Recover your password.
A password will be e-mailed to you.