ଭବିଷ୍ୟତ କାର୍ଯ୍ୟ ପନ୍ଥା ସ୍ଥିର ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ଚୁକ୍ତିଭିତିକ ଠିକା କର୍ମଚାରୀଙ୍କର ବୈଠକ

ଭୁବନେଶ୍ୱର, ୨୭/୦୭: IMA house ଠାରେ ଆଜି ରାଜ୍ୟର ସବୁ ଜିଲ୍ଲାରୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗର President, secretary, Treasurer ଓ ଅନ୍ୟାନ୍ୟ ଚୁକ୍ତିଭିତିକ ଠିକା କର୍ମଚାରୀଙ୍କୁ ନେଇ ଚାକିରୀ ନିୟମିତ ଦାବିରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଉଇଯାଇଛି । ଓଡିଶା ସ୍ୱାସ୍ଥ୍ୟ ଠିକା ମହାସଙ୍ଘ ମଞ୍ଚରେ ରାଜ୍ୟର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଓ ସଦର ଡାକ୍ତରଖାନା ତଥା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ନିର୍ଦେଶାଳୟରେ କାର୍ଯ୍ୟରତ , ପରିଚାଳନା କର୍ମଚାରୀ(NHM, managerial staff), ଆୟୁଷ ଡାକ୍ତର, ଦାନ୍ତ ଚିକିତ୍ସକ, ଫର୍ମାଶିଷ୍ଟ, ଷ୍ଟାଫ ନର୍ସ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଲ୍ୟାବ ଟେକ୍ନିସିଆନ, ଫିଜିଓଥେରାପିଷ୍ଟ, ମଇକ୍ରୋବାୟୋଲୋଜିଷ୍ଟ, କାଉନସିଲର, ସୋସିଆଲ ୱାର୍କର, ଯକ୍ଷ୍ମା ରୋଗ ନିରୀକ୍ଷକ, ମହାମାରୀ ବିଶେଷଜ୍ଞ, ଡାକ୍ତରଖାନା ପରିଚାଳକ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ, ଜନ ସ୍ୱାସ୍ଥ୍ୟ ଅର୍ଥ ପରିଚାଳକ, ଜନ ସ୍ୱାସ୍ଥ୍ୟ ତଥ୍ୟ ପରିଚାଳକ, ଜନ ସ୍ଵାସ୍ଥ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ପରିଚାଳକ, ଶିଶୁ ସ୍ୱାସ୍ଥ୍ୟ ପରିଚାଳକ, ଅଣ ସଂକ୍ରାମକ ରୋଗ ପରିଚାଳକ, ସଂକ୍ରମକ ରୋଗ ପରିଚାଳକ, ଏଡ୍ସ ରୋଗ ନିୟନ୍ତ୍ରଣ ପରିଚାଳକ ଓ ପରାମର୍ଶଦାତା, ମୋବାଇଲ ସ୍ୱାସ୍ଥ୍ୟ ଦଳର କର୍ମଚାରୀ, ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଜନସ୍ଵାସ୍ଥ୍ୟ ପରିଚାଳକ, ଅର୍ଥ ଓ ତଥ୍ୟ ପରିଚାଳକ, SHAS, ଅଫିସ ସହାୟକ, ପିଅନ, ଡ୍ରାଇଭର ଆଦି ଦଶ ହଜାର କର୍ମଚାରୀଙ୍କ ପ୍ରତିନିଧି ଆଜି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଭୁବନେଶ୍ବରର IMA houseରେ ନିଜର ଏକ ମାତ୍ର ଦାବି ଚାକିରୀ ନିୟମିତ ପାଇଁ ଏକ ଗୁରୁତ୍ୱ ପୂର୍ଣ ବୈଠକ କରି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟ ବିଷୟରେ ବିଭିନ୍ନ ନିଷ୍ପତି ନିଆଯାଇଛି। ଏହା ପୂର୍ବରୁ ବହୁବାର ମହାସଙ୍ଘର କାର୍ଯ୍ୟ କର୍ତ୍ତାମାନେ ୫-ଟି ସଚିବ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସମସ୍ତ ବିଧାୟକମାନଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ସ୍ମାରକ ପତ୍ର ଦେଇ ସାରିଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ।

ପ୍ରକାଶ ଥାଉକି ଗତ ଅକ୍ଟୋବର ପନ୍ଦର ତାରିଖରେ ରାଜ୍ୟ ସରକାର ସତାଵନ ହଜାର ଠିକା କର୍ମଚାରୀଙ୍କୁ ନିୟମିତ ଘୋଷଣା କରିଥିଲେ ସୁଦ୍ଧା NHM, OSACS, SHAS ରେ ଦୁଇ ଦଶନ୍ଧି ଧରି କାର୍ଯ୍ୟରତ ପ୍ରକୃତ ଠିକା କର୍ମଚାରୀଙ୍କୁ ଉପେକ୍ଷା କରାଯାଇଥିବା ସଙ୍ଘର ସାଧାରଣ ସମ୍ପାଦକ ଡାକ୍ତର ପ୍ରଦୀପ ଚମ୍ପତି ଉଲ୍ଲେଖ କରିଛନ୍ତି।

ବିଗତ ଦିନରେ ନିଜ ଜୀବନଙ୍କୁ ବାଜୀଲଗାଇ ଏହି କର୍ମଚାରୀମାନେ ସରକାରଙ୍କ ବହୁ ଜନହିତକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ସ୍ୱାସ୍ଥ୍ୟ ବିଭାଗକୁ ଏକ ମଜଭୁତ ସ୍ଥିତିକୁ ଆଣିଥିବା ଠିକା କର୍ମଚାରୀଙ୍କୁ ସ୍ୱଳ୍ପ ଦରମାରେ ଆଉ କେତେଦିନ ଗୋତୀ ଶ୍ରମିକ ଭାବରେ ଖଟାଇବେ ରାଜ୍ୟ ସରକାର ଏହି ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ଆବାହକ ଶ୍ରୀ ଜୟନ୍ତ ଭୋଇ।

କୋଭିଡ ମହାମାରୀ ସମୟରେ, ବନ୍ୟା ବାତ୍ୟା ସମୟରେ ବିଭିନ୍ନ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରି ଏହି ଠିକା ସ୍ୱାସ୍ଥ୍ୟ କର୍ମଚାରୀମାନେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି, ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ଦାଉରୁ ଲକ୍ଷଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ସହିତ, ଯକ୍ଷ୍ମା, କୁଷ୍ଠ, ଡେଙ୍ଗୁ ଇତ୍ୟାଦି ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରିପାରିଥିବା ଏହି ଆଗଧାଡ଼ିର ସୈନିକଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ଚାକିରୀ ନିୟମିତ ନହେବା ଏକ ଦୁର୍ଭାଗ୍ୟ ଓ ନିନ୍ଦନୀୟ ଘଟଣା। ଏମାନଙ୍କୁ ତୁରନ୍ତ ନିୟମିତ ନ କରାଗଲେ ଆମ ସଂଘ ବିକଳ୍ପ କଥା ଚିନ୍ତା କରିବା ପାଇଁ ମହାସଙ୍ଘର ସଭାପତି ଶ୍ରୀ କବିପ୍ରସାଦ ସାହୁ ଗଣମାଧ୍ୟମଙ୍କ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଏହାର ତୁରନ୍ତ ସମାଧାନ କରାନଗଲେ ସ୍ୱାସ୍ଥ୍ୟ ସେବାର ଯେଉଁ କ୍ଷତି ହେବ ସରକାର ତା ପାଇଁ ଦାୟୀ ରହିବେ ବୋଲି ମହ।ସଙ୍ଗର ସାଧାରଣ ସମ୍ପାଦକ ସ୍ପଷ୍ଟ ଭାବେ ଜଣେଇ ଦେଇଛନ୍ତି ।

Leave A Reply

Your email address will not be published.