ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୭୯ ଡ଼ଃ ଏସ.ପି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରଶ ପକ୍ଷରୁ ୭୪ତମ ବମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟୁ ବନ ଅଧିକାରୀ ରଶ୍ମୀ ରଞ୍ଜନ ସ୍ଵାଇଁ, ସମାଜ ସେବକ ଶ୍ରୀଯୁକ୍ତ ଉତ୍ତମ ମଲ୍ଲିକ, ଗୋବିନ୍ଦ ସ୍ବାମୀ, ବନ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ କଲେଜରର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ଉପସ୍ଥିତି ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା ଓ ଗୁଣବତା ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ବନ ଅଧିକାରୀ ପିଲାଟିଏକୁ ଗଛଟିଏ କହି ଶ୍ଳୋଗାନ ଦେଇଥିଲେ ସମାଜ ସେବକ ଶ୍ରୀଯୁକ୍ତ ମଲ୍ଲିକ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ । ଏହି ବନ ମହୋତ୍ସବରେ ବୃକ୍ଷରୋପଣ ଉପକାରିତା ଓ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ତାହାର ଯତ୍ନ ନେବାକୁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ତାରିଣୀ ଚରଣ ମହାନ୍ତି (ଇତିହାସ), ଶତ୍ରୁଘ୍ନ ପ୍ରଧାନ (ଇଂରାଜୀ ), ଶିବରାମ ଦାଇନି (ରାଜନୀତି ବିଜ୍ଞାନ ), ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ମାଝି, ପି.ଟି. ଅମିଅ ସରକାର, ଶିବାସୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.