ସ୍ଥାନୀୟ ଲୋକଙ୍କୁ ରିପୋର୍ଟ କାର୍ଡ ଦେଲେ ଭି ଏସ ଏସ ନଗର ୱାର୍ଡ ନଂ ୧୧ ଅଞ୍ଚଳର କର୍ପୋରେଟର ପ୍ରଭାସିନୀ ମହାନ୍ତି*


ଆଜି ଠିକ ଏକ ମାସ ହୋଇଗଲା ଭି ଏସ ଏସ ନଗର ୱାର୍ଡ ନଂ ୧୧ ଅଞ୍ଚଳର କର୍ପୋରେଟର ପ୍ରଭାସିନୀ ମହାନ୍ତି ଜିତିବା | ଏହି 30 ଦିନ ଭିତରେ କଣ କଣ କାର୍ଯ୍ୟ କରିଛନ୍ତି ଏବଂ କଣ କାର୍ଯ୍ୟକ୍ରମ କରିବାକୁ ଚିନ୍ତା କରିଛନ୍ତି ଏବଂ ଅନ୍ୟ ସବୁ ଉର୍ନତି ମୂଳକ କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ କରାଯିବ ସେହି ବିଷୟରେ ଆଲୋଚନା ନିମନ୍ତେ ଆମ ୱାର୍ଡର ସମସ୍ତ ବିଜେଡି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ସନ୍ଧ୍ୟା 6 ଘଟିକା ସମୟରେ RIET ସ୍କୁଲ ପରିସରରେ ଏକତ୍ରିତ ବସି ବିସ୍ତୃତ ଆଲୋଚନା କରିଥିଲେ

ଏହି ବୈଠକ ଟିକୁ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ଏବଂ ୱାର୍ଡ ସଭାପତି ମାନ୍ୟ ମହେଶ୍ୱର ବିଶ୍ୱାଳ ସମସ୍ତିଙ୍କୁ ଆମନ୍ତ୍ରଣ କରି ଅଧକ୍ଷତା କରିଥିଲେ | ବରିଷ୍ଠ ମଉସା ମାନ୍ୟ ହୃଦୟ ରାମ ବ୍ରହ୍ମ| ପରିଚାଳନା କରିଥିଲେ | ବରିଷ୍ଠ ବିଜେଡି ନାରୀ ନେତ୍ରୀ ଆଞ୍ଜୁବାଳା ଅପା, ବିଜେଡି ସମ୍ପାଦିକା ସ୍ୱର୍ଣଳତା ମାହାଲି, IT ବିଜେଡି ମହିଳା କଳ୍ପନା ମହାନ୍ତି, ବିଜେଡି ନେତ୍ରୀ ଅପର୍ଣ୍ଣା, ସୁଚିତ୍ରା, ସୁନିତା ସରକାର, ଯୁବ ନେତା ଲୋକନାଥ ଧଳ, ବିଜେଡି ଛାତ୍ର ଦଳ ପିଲାମାନେ ଯୁବ ସାମ୍ବାଦିକ ତଥା ବିଜେଡି IT ସେଲ ରାଜୀବ ନୟନ, ମାତୃଶକ୍ତି ସଦସ୍ୟା ଗଣ, ମହାବୀର ଆଦର୍ଶ ନଗର, ଧୀରିକୁଟି ସାହି, ତ୍ରିନାଥ ଆଦର୍ଶ ନଗର, ଗୋଜବାୟାଣୀ ଆଦର୍ଶ ନଗର ଏବଂ ବୋହୁ କର୍ମୀ ମାନେ ଏକତ୍ରିତ ହୋଇ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ |

Leave A Reply

Your email address will not be published.