ମାଲକାନଗିରି: ମାଲକାନଗିରି ଜିଲ୍ଲାର ସର୍ବପୁରାତନ ମାଲକାନଗିରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କଲେଜର ଛାତ୍ର ଛାତ୍ରୀ ମାନେ ଆଜି ଶ୍ରେଣୀ ଗୃହ ଓ ଅଫିସ କାର୍ଯ୍ୟାଳୟ ଓ ମୁଖ୍ୟ ଫାଟକରେ ତାଲା ପକାଇ ଦେଇ ଧାରଣାରେ ବସିଥିଲେ। ମାଲକାନଗିରି ମହାବିଦ୍ୟାଳୟ ସ୍ଥାପନ ୪୪ ବର୍ଷ ବିତିଗଲାଣି କିନ୍ତୁ ସରକାରୀ ମାନ୍ୟତା ହୋଇପାରିଲା ନାହିଁ, ଅଧ୍ୟାପକ ପୂରଣ ହୋଇପାରିଲା ନାହିଁ। ଗତ କିଛି ମାସ ମଧ୍ୟରେ ୨୨ ଜଣ ଅଧ୍ୟାପକଙ୍କ ମଧ୍ୟ ରୁ ଦୁଇ ଜଣଙ୍କ ବଦଳି ହୋଇଥିବା ବେଳେ ଇତିହାସ ଅଧ୍ୟାପକଙ୍କ ଆସନ୍ତା ମାସରେ ଅବସପ୍ରାପ୍ତ ହେବେ ତେଣୁ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ତାକୁ ତୁରନ୍ତ ପୂରଣ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଫାଟକ ଆଗରେ ଅଡି ବସିଥିଲେ। ସରକାର କେବଳ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ପାଣିର ଗାର ସଦୃଶ ହୋଇ ରହିଲା ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ । ତିନି ଚାରି ଘଣ୍ଟା ପିଲା ମାନେ ବସି ରହିଥିବା ବେଳେ କଲେଜର ଅଧକ୍ଷ ଲିଙ୍ଗରାଜ ମିଶ୍ର, ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ ଅନ୍ୟାନ୍ୟ ଅଧ୍ୟାପକ ମାନେ ପିଲାଙ୍କୁ ବୁଝାଇଲା ପରେ ଧାରଣାରୁ ଓହରିଥିଲେ ।
Sign in
Sign in
Recover your password.
A password will be e-mailed to you.