ଲଗାଣ ବର୍ଷାରେ ଗାଁ ନାଳ ପାଣି ବଢିଯିବାରୁ ଆମ୍ବୁଲାନ୍ସ ଆସିପରିଲା ନାହିଁ; ଗର୍ଭବତୀ ସ୍ତ୍ରୀକୁ ୬ କିଲୋମିଟର ବୋହିଲା ସ୍ବାମୀ

ମାଲକାନଗିରି: ପୁଣି ଜନନୀ ଯନ୍ତ୍ରଣା। ଲଗାଣ ବର୍ଷା ଫଳରେ ରାସ୍ତା ଖାଇଯିବା ଓ ନାଳରେ ପାଣି ବଢିଯିବା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲାନି ଯାହା ଫଳରେ ଗର୍ଭବତୀ ସ୍ତ୍ରୀକୁ ୬ କିମି ବୋହିଲା ସ୍ୱାମୀ । ଏହି ଘଟଣାଟି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର କୁବାପୁଟ ଗ୍ରାମର ନୀଳା ଖରା ନାମକ ଏକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଜଣାଇଲେ ପରିବାର ଲୋକେ କିନ୍ତୁ ବର୍ଷା ଯୋଗୁଁ ଗାଁ ନାଳରେ ପାଣି ବଢି ରାସ୍ତା ଖାଇଯିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା। ପରେ ସ୍ତ୍ରୀର ଯନ୍ତ୍ରଣାକୁ ସହ୍ୟ କରି ନପାରି ଗ୍ରାମର କେତେଜଣ ଯୁବକଙ୍କ ସହ ସ୍ବାମୀ ମାଧବ ଖରା ଭାରରେ ବୋହି ସ୍ତ୍ରୀକୁ ବସାଇ ୬ କିଲୋମିଟର ଚାଲି ଚାଲି ବାଟରେ ତିନି ଚାରୋଟି ନାଳ ପାର କରି କୁଡ଼ୁମୁଲୁଗୁମା ହସ୍ପିଟାଲକୁ ପହଞ୍ଚାଇଥିଲେ । ନୀଳା ବର୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଅଛି ।

Leave A Reply

Your email address will not be published.