ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଚିତ୍ରକୋଣ୍ଡା ସ୍ପିଲବାଇ ସ୍ଥିତ ବାଲିମେଳା ଜଳ ଭଣ୍ଡାର ବା ବାଲିମେଳା ଡ୍ୟାମର ଜଳ ପତ୍ତନ ପ୍ରତିବର୍ଷ ଧିରେ ଧିରେ ବଢ଼ିବାରେ ଲାଗିଥାଏ ମାତ୍ର ଚଳିତ ବର୍ଷ ଜୁଲାଇ ମାସ ଶେଷ ସପ୍ତାହ ସୁଧା ଚିତ୍ରକୋଣ୍ଡା ଡ୍ୟାମର ଜଳ ପତ୍ତନ ସେତେଟା ବଢ଼ିନଥିବା ଦେଖିବାକୁ ମିଳିଛି l ଡ୍ୟାମରେ ଗଲା ବର୍ଷ ଏହି ସମୟରେ ୧୪୫୪.୯୦ ଫୁଟରୁ ଉର୍ଦ୍ଧ ପାଣି ଥିବା ବେଳେ ଚଳିତ ମାସ ଆଜି ଅପରାହ୍ନ ସୁଧା ଡ୍ୟାମରେ ପାଣି ରହିଛି ମାତ୍ର ୧୪୬୨.୫ ଫୁଟ l ଡ୍ୟାମରେ ରହିବାକୁ ଥିବା ୧୦୦ ଭାଗର ପାଣି ଜାଗାରେ ପାଣି ଅଛି ମାତ୍ର ୨୦ ଭାଗ, ଡ୍ୟାମ ଜଳ ଧାରଣ କ୍ଷମତା ପୂର୍ଣ୍ଣ ହେବାକୁ ଖାଲି ପଡିଛି ଆହୁରି ୮୦ ଭାଗ l ଚଳିତ ବର୍ଷ ବର୍ଷା ଆସିଲା ବିଳମ୍ବରେ, ଲଗାଣ ବର୍ଷା ଆଜି ସୁଧା ଲାଗି ରହିଛି ମାତ୍ର ସେମିତି କିଛି ଅଧିକ ପରିମାଣରେ ଆଖି ଦୂଷିଆ ବର୍ଷା ନାହିଁ କି ବଡ଼ ଧରଣର ବର୍ଷା ଦେଖିବାକୁ ମିଳୁନାହିଁ କି ସେମିତି ବଡ଼ ବର୍ଷା ହୋଇ ନାହିଁ l ଯାହା ବି ବର୍ଷା ହୋଇଛି ଠିକ ସମୟରେ ହୋଇନାହିଁ ଚାଷୀ କୂଳକୁ ମଧ୍ୟ କିଛି ନୁହଁ ନିଅଣ୍ଟ ହୋଇଥିବା ଦେଖିବାକୁ ମିଳିଛି l ବାଲିମେଳା ଡ୍ୟାମ ଚିତ୍ରକୋଣ୍ଡାର ଜଳ ଧାରଣ କ୍ଷମତା ୧୫୧୪ ଫୁଟ ଥିବାବେଳେ ବିପଦ ସଂକୁଳ କ୍ଷମତା ୧୫୧୬ ଫୁଟ ରହିଛି l ଆଜି ଜୁଲାଇ ମାସ ଶେଷ ସପ୍ତାହ ହେବାକୁ ବସିଲାଣି ମାତ୍ର ବର୍ଷା ନଥିବାରୁ ଡ୍ୟାମ ସେତେଟା ପାଣି ନାହିଁ,ରହିଛି ମାତ୍ର ୧୪୬୨.୫ ଫୁଟ l ପ୍ରତିବର୍ଷ ବର୍ଷା ଶେଷ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ବର୍ଷାରେ ପ୍ରାୟ ଡ୍ୟାମ ରେ ଜଳ ବୃଦ୍ଧି ହୋଇଥାଏ ଚଳିତ ବର୍ଷ ବର୍ଷାକୁ ନେଇ କିଛି କହି ହେଉ ନାହିଁ ଯଦି ଆସନ୍ତା ଚଳିତ ମାସ ଭିତରେ ଉପର ମୁଣ୍ଡ ପାହାଡ଼ ପର୍ବତ ମାନଙ୍କରେ ଭଲ ବର୍ଷା ହୁଏ ତେବେ ଧିରେ ଧିରେ ବାଲିମେଳା ଡ୍ୟାମ ଚିତ୍ରକୋଣ୍ଡାର ଜଳ ପତନ ବୃଦ୍ଧି ପାଇବାର ଆଶଙ୍କା ରଖା ଯାଇଛି l ନତୁବା ଜଳ ଭଣ୍ଡରେ ଜଳ ସମସ୍ୟା ହ୍ରାସକୁ ନେଇ କିଛି ପ୍ରଭାବ ପଡ଼ିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ କାରଣ ବାଲିମେଳା ଚିତ୍ରକୋଣ୍ଡା ଜଳ ଭଣ୍ଡାର ପ୍ରକଳ୍ପ ଦୈନିକ ଆନ୍ଧ୍ରକୁ ଯୋଗାଇ ଆସୁଛି ପାଣି ସୁଇସ ଗେଟରେ ତିନି ହଜାର କିଉସେକ l ଚଳିତ ଜଳଭଣ୍ଡାରରେ ଜଳ ସଙ୍କଟକୁ ନେଇ ପାଣି, ଚାଷ ଏବଂ ବିଦୂତ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି l ଚଳିତ ବର୍ଷ ଡ୍ୟାମରେ 1490 ଫୁଟରୁ ଉର୍ଦ୍ଧ ହେଲେ ବର୍ଷ ତମାମ ଠିକରେ ଡ୍ୟାମରୁ ଆବଶ୍ୟକିୟ ଜଳ ପରିଚାଳନା କରାଯାଇ ପାରିବ l
Sign in
Sign in
Recover your password.
A password will be e-mailed to you.